www.samajalive.in
Saturday, December 13, 2025
21.1 C
Bhubaneswar

ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ

ଭୁବନେଶ୍ବର : ଆକାଶରୁ ନିଆଁ ବର୍ଷୁଛି। ୪୦ ଡିଗ୍ରୀ ତାପମାତ୍ରାରେ ଫୁଟୁଛି ସାରା ରାଜ୍ୟ। ୮ଟା ବାଜିଲେ ପଡୁଛି ଟାଣଖରା। ଉପକୂଳରୁ ଦକ୍ଷିଣ ଏବଂ ଉତ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ପ୍ରଚଣ୍ଡ ତାତି। ପୂର୍ବାହ୍ଣ ୧୧ଟା ବେଳକୁ ପାରଦ ୪୦ଡିଗ୍ରୀ ମୁହାଁଉଛି। ତାତିରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଟାଣଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଦିନରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ରାତିରେ ଗୁଳୁଗୁଳି ଆହୁରି ଅସ୍ତବ୍ୟସ୍ତ କରୁଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ଏପ୍ରିଲ ୧୮ ଅର୍ଥାତ ଗୁରୁବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବରୁ ସକାଳୁଆ ବିଦ୍ୟାଳୟ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୨ ତାରିଖରୁ ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେଉଥିଲା। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲାରେ ବିଦ୍ୟାଳୟ ସମୟରେ ପରିବର୍ତ୍ତନ କରାଯାଇଥିଲା।
ବୁଧବାର ୪୩.୨ଡିଗ୍ରୀ ସହ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ  କରାଯାଇଥିଲା।  ଆସନ୍ତା ୪ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୮ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପାରଦ ୪୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ; କିନ୍ତୁ ଉପକୂଳ ଓଡ଼ିଶାର ସମସ୍ତ ଜିଲାଗୁଡିକରେ ଉଚ୍ଚ ତାପମାତ୍ରା ଏବଂ ଉଚ୍ଚ ଆର୍ଦ୍ରତା ପ୍ରଭାବ ଲାଗି ରହିବ। ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ଗୁରୁବାର ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ଉକ୍ତ ଜିଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories