www.samajalive.in
Saturday, December 13, 2025
21.1 C
Bhubaneswar

ନିର୍ବାଚନ ରାଲିରୁ ଫେରିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବି

ଗୋପାଳପୁର :  ଗୋଳନ୍ଥରା ଥାନା ଅଧିନସ୍ଥ କନିସି -ତୁଳୁ ରାସ୍ତା ଦାସପୁର ଛକ ନିକଟରେ ବୁଧବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବାବେଳେ ୨ ଗୁରୁତର ହୋଇଛନ୍ତି ।  ମୃତ ଦ୍ବୟ ହେଲେ ଗୋଳନ୍ଥରା  ହରିଜନ ସାହିର ରୋହିତ ଦାସ ଓ କାଳିଆ ଦାସ । ଗୁରୁତରମାନେ ହେଲେ ଗୁଣୁପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ଓ ଗୋଳନ୍ଥରା ଗ୍ରାମ ସନ୍ତୋଷ ଦାସ । ଆହତ ଜଣଙ୍କ ଗୁଣୁପୁର ଗ୍ରାମର ସନ୍ତୋଷ ଚୌଧୁରୀ । ଗୁରୁତର ଆହତ ମାନଙ୍କ ମଧ୍ୟରୁ ବ୍ରହ୍ମପୁର ବଡ଼ ମେଡିକାଲରେ ସନ୍ତୋଷଙ୍କ ଚିକିତ୍ସା ଚାଲିଥିବାବେଳେ ଅନ୍ୟ ଗୁରୁତର ଆହତ ହୋଇଥିବା କୈଳାଶଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି ।

ଟ୍ରକ- କାର ଧକ୍କା, ୨ ଆହତ

- Advertisement -

ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା ।  ଦାସପୁର ଛକର ଏକ ବୁଲାଣି ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଗୋଳନ୍ଥରା ଗ୍ରାମର ରୋହିତ ଦାସ, ସନ୍ତୋଷ ଦାସ ଓ କାଳିଆ ଦାସ ଏକ ରାଜନୈତିକ ଦଳର ରାଲିରେ ସାମିଲ ରହି ମାର୍କଣ୍ଡିରୁ ମୋଟରସାଇକେଲ ଯୋଗେ  ଫେରୁଥିବା ସମୟରେ କନିସିରୁ ଏକ ଭୋଜିରେ ଯୋଗଦେଇ ନିଜ ଗ୍ରାମ ଗୁଣୁପୁରକୁ କୈଳାଶ ସାହୁ ଓ ସନ୍ତୋଷ ନାୟକ ମୋଟରସାଇକେଲ ଯୋଗେ ଫେରୁଥିଲେ। ଦାସପୁର ଛକର ଏକ ବୁଲାଣି ନିକଟରେ ଉଭୟ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ପାଞ୍ଚ ଜଣ ଆହତ ହୋଇ ରାସ୍ତା କଡ଼ରେ ପଡିଥିଲେ।

ବୌଦ୍ଧରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି , ଜନଜୀବନ ଅସ୍ତବ୍ୟସ୍ତ

ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଚିକିତ୍ସାଧିନ ଅବସ୍ଥାରେ କାଳିଆ ଓ ରୋହିତର ମୃତ୍ୟୁ ଘଟିଥିଲା।  କୈଳାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଦୁର୍ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଇଛି ।  ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ଯୁବ ଗୋଷ୍ଠୀଙ୍କୁ ରାଲିରେ ସାମିଲ କରୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ନକରିବା ଯୋଗୁଁ ଏପରି ସଡ଼କ ଦୁର୍ଘଟଣା ଘଟି ଦୁଇ ଅମୂଲ୍ୟ ଜୀବନ ଚାଲିଗଲା ବୋଲି କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଅଭିଯୋଗ କରିବା ସହ ଯେଉଁ ଦଳ ପାଇଁ ଦୁଇ ଯୁବକଙ୍କ ଜୀବନ ଗଲା ସେହି ଦଳ ସେମାନଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ଦାବି ଜଣାଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories