www.samajalive.in
Sunday, December 7, 2025
26.1 C
Bhubaneswar

ମମତା ଗଡ଼ରେ ବିଜେପିର ରଥଯାତ୍ରାକୁ ଅନୁମତି

କଲକାତା: ପଶ୍ଚିମବଙ୍ଗରେ କଲକାତା ଉଚ୍ଚ ନ୍ୟାୟାଳୟର ରାୟକୁ ବଦଳାଇ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରସ୍ତାବିତ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛି। ଡିସେମ୍ବରରେ କଲକାତା ଉଚ୍ଚ ନ୍ୟାୟାଳୟର ଜଣିକିଆ ଖଣ୍ଡପିଠ ବିଜେପିର ରଥଯାତ୍ରା ଅନୁମତିକୁ ଖାରଜ କରି ଦେଇଥିଲେ।
କଲକାତା ଉଚ୍ଚ ନ୍ୟାୟାଳୟର ଏହି ନିର୍ଦେଶ ପରେ ବିଜେପିକୁ ଆସ୍ୱସ୍ତ କରିଛି। ଏପରିକି ଖଣ୍ଡପିଠ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରି ବିଜେପିର ଆବେଦନ ପତ୍ରର ଜବାବ କାହିଁକି ଦେଇ ନାହାନ୍ତି ପ୍ରଶ୍ନ କରିଥିଲେ।
ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ତିନିଟି ରଥଯାତ୍ରା ଅନୁଷ୍ଠିତ ହୋବାର କାର୍ଯ୍ୟକ୍ରମ ଥିଲା। ଏଥିରେ ବିଜେପି ଅଧ୍ୟକ୍ଷ ଅମୀତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ କଲକାତା ଉଚ୍ଚ ନ୍ୟାୟାଳୟର ଅନୁମତି ନମିଳିବା ହେତୁ ଏହି କାର୍ଯ୍ୟକ୍ରମ ରଦ୍ଦ ହୋଇ ଯାଇଥିଲା। ୭ଡିସେମ୍ବରରୁ କୁଚବିହାର ଅଞ୍ଚଳରୁ ରଥଯାତ୍ରା ଆରମ୍ଭ ହେବାର ଥିଲା। ଦ୍ୱିତୀୟ ରଥଯାତ୍ରା ୯ଡିସେମ୍ବରରୁ ୨୪ପରଗନାରୁ ଓ ତୃତୀୟ ରଥଯାତ୍ରା ୧୪ଡିସେମ୍ବରରେ ବୀରଭୂମ ଜିଲାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା।
ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରି ନଥିଲେ। ଫଳରେ ମାମଲା କଲକାତା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲା। କଲକାତା କାର୍ଯ୍ୟକ୍ରମକୁ ରଦ୍ଦ କରି ଦେବା ପରେ ବିଜେପି ପକ୍ଷରୁ ଡିଭିଜନ ବେଞ୍ଚରେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ପୁନଃ ଆବେଦନ କରାଯାଇ ଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories