www.samajalive.in
Sunday, December 14, 2025
26.1 C
Bhubaneswar

ଗଳା ଚର୍ବି ପାଇଁ କମି ଯାଉଛି କି ସୌନ୍ଦର୍ଯ୍ୟ ; କରନ୍ତୁ ଏହି ଆସନ..

ପେଟରେ ଜମାଟ ବାନ୍ଧୁଥିବା ଅତିରିକ୍ତ ଚର୍ବି କମ୍ କରିବା ପାଇଁ ଲୋକେ ଚିନ୍ତିତ ରହିବା ସହ ଏଥିପାଇଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ପୁରୁଷ ହୁଅନ୍ତୁ ଅଥବା ମହିଳା ଗଳାରେ ଚର୍ବି ଜମାଟ ବାନ୍ଧିଲେ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ମାତ୍ର ଗଳା ନିକଟରେ ଜମାଟ ବାନ୍ଧୁଥିବା ଚର୍ବି ଆସିଲେ, ଲୋକେ ପ୍ରାୟତଃ ଏହାକୁ ଅଣଦେଖା କରି ଥାଆନ୍ତି। ଗଳାରେ ଚର୍ବିର ମାତ୍ରା ବୃଦ୍ଧି ହେଲେ ଏହା ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ। ତେଣୁ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଓ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ୨ଟି ସହଜ ଉପାୟ ରହିଛି। ଏଥିପାଇଁ ଏହି ୨ଟି ଯୋଗାସନକୁ ନିୟମିତ ନିଜ ଦୈନନ୍ଦିନ ଜୀବନ ଶୈଳୀରେ ସାମିଲ କରନ୍ତୁ।

ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

- Advertisement -

ଭୁଜଙ୍ଗାସନ – ଭୁଜଙ୍ଗାସନକୁ ଇଂରାଜୀରେ କୋବ୍ରା ପୋଜ୍ ନାମରେ ଜଣା। ଏହି ଆସନ ଅଭ୍ୟାସ ସମୟରେ ଶରୀର କୋବ୍ରା ଭଳି ମୁଦ୍ରାରେ ରହିଥାଏ। ଏହି ଆସନ ଅଭ୍ୟାସ ଫଳରେ ଗଳାରେ ଜମାଟ ବାନ୍ଧୁଥିବା ଅତିରିକ୍ତ ଚର୍ବି କମ୍ କରିବାରେ ସହାୟକ ହୋଇଥାଏ। ବ୍ୟକ୍ତିଙ୍କ ଓଜନ ମଧ୍ୟ ହ୍ରାସ ହୋଇଥାଏ।
ଏଥିପାଇଁ ପ୍ରଥମେ ଭୂମିରେ ଏକ ଆସନ ପକାଇ ପେଟ ମାଡି ଶୋଇ ଯାଆନ୍ତୁ। ଏହାପରେ ନିଜ ହାତକୁ ନିଜ କାନ୍ଧ ସ୍ତରକୁ ନିଅନ୍ତୁ। ଦୀର୍ଘ ନିଶ୍ୱାସ ନିଅନ୍ତୁ। ଏହାପରେ ହାତକୁ ଭୂମିରେ ଦବାଇ ଶରୀରକୁ ନାଭି ପର୍ଯ୍ୟନ୍ତ ଉପରକୁ ଉଠାନ୍ତୁ। ଏହି କ୍ରମରେ ସବୁଠାରୁ ପ୍ରଥମେ ମୁଣ୍ଡ, ଛାତି ଓ ଶେଷରେ ପେଟର ଅଂଶକୁ ଉଠାନ୍ତୁ। ଏବେ ମୁଣ୍ଡକୁ ସାପ ଫଣା ଭଳି ଉପର ଆଡକୁ ଟାଣି ରଖନ୍ତୁ। କିଛି ସମୟ ଏଭଳି କରନ୍ତୁ।

ବଡ ଘୋଷଣା; କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଚକ୍ରାସନ – ଏହା ଶରୀରର ଶେଷ ଅଂଶରେ ମାଂସପେଶୀକୁ ମଜଭୂତ ରଖିବାରେ ସହାୟକ ହୋଇଥାଏ। ଏହି ଯୋଗର ନିୟମିତ ଅଭ୍ୟାସ କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଏହାସହ ଗଳା ନିକଟରେ ଥିବା ଚର୍ବି କମ୍ କରିବାରେ ସହାୟକ ହୋଇଥାଏ।

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories