www.samajalive.in
Tuesday, December 9, 2025
26.1 C
Bhubaneswar

‘କଙ୍ଗୁଭା’ରେ ସୂର୍ଯ୍ୟାଙ୍କ ଦୁଇ ଭିନ୍ନ ଅବତାର; ନୂଆ ଝଲକ ଦେଖି ପ୍ରଶଂସକ କହିଲେ- ବ୍ଲକବଷ୍ଟର ପାଇଁ ପ୍ରସ୍ତୁତ

ମୁମ୍ବଇ: ଷ୍ଟୁଡିଓ ଗ୍ରୀନ୍‌ ଏବଂ ସୂର୍ଯ୍ୟା ଶିବକୁମାରଙ୍କ ଦ୍ଵାରା ‘କଙ୍ଗୁଭା’ର ଟିଜର ରିଲିଜ୍‌ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଏକ ଖାସ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଦମ୍‌ଦାର୍‌ ଟିଜର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସିନେଜଗତଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି। ଟିଜରରେ ସୁପରଷ୍ଟାର ସୂର୍ଯ୍ୟାଙ୍କୁ ଜଣେ ସାହସୀ ଯୋଦ୍ଧା ଅବତାରରେ ନଜର ଆସିଥିବାବେଳେ ବବି ଦେଓଲଙ୍କୁ ଭୟଙ୍କର ଖଳନାୟକ ରୂପରେ ଦେଖିବା ଦର୍ଶକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ହେବ। ଫିଲ୍ମ ବିଷୟରେ ଅଧିକ ଜାଣିବାକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ନିର୍ମାତା ଏବେ ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛନ୍ତି।


ନିର୍ମାତା ଏକ ବିଶେଷ ଦିନ ଅର୍ଥାତ୍ ତାମିଲ ନବବର୍ଷ ଅବସରରେ ଏହି ପୋଷ୍ଟର ରିଲିଜ୍ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ‘କଙ୍ଗୁଭା’ର ପୋଷ୍ଟର ଶେୟାର କରି ଫିଲ୍ମର ନୂଆ ଝଲକ ଦେଖାଇଛନ୍ତି ନିର୍ମାତା। ପୋଷ୍ଟରରେ ସୂର୍ଯ୍ୟାଙ୍କ ୨ଟି ଅବତାର ଦେଖିବାକୁ ମିଳିଛି। ସୂର୍ଯ୍ୟାଙ୍କ ଚରିତ୍ରର ଅତୀତ ଓ ବର୍ତ୍ତମାନର ଝଲକ୍ ଏଥିରେ ନଜର ଆସିଛି। ଏହାକୁ ଶେୟାର କରି ନିର୍ମାତା କ୍ୟାପ୍ସନରେ ଲେଖିଛନ୍ତି, ‘‘ଯେଉଁଠାରେ କାଲି ଓ ଆଜି ମୁହାଁମୁହିଁ ହୁଅନ୍ତି, ସେଠାରେ ନୂତନ ଭବିଷ୍ୟତର ଆରମ୍ଭ ହୋଇଥାଏ। #Kanguva ସାରା ବିଶ୍ଵର ପ୍ରେକ୍ଷାଳୟରେ ୨୦୨୪ରେ ମୁକ୍ତିଲାଭ କରିବ।’’

ବିଆରଏସ୍‌ ନେତ୍ରୀ କେ. କବିତାଙ୍କୁ ବଡ଼ ଝଟ୍‌କା

- Advertisement -


କଙ୍ଗୁଭାର ଦୁନିଆ ଅସଲି ଏବଂ ତୀବ୍ର ହେବ ଏବଂ ଦର୍ଶକଙ୍କୁ ଏକ ନୂତନ ଭିଜୁଆଲ୍ ଅନୁଭୂତି ଦେବ। ମାନବିକ ଭାବନା, ଦମ୍‌ଦାର୍‌ ପ୍ରଦର୍ଶନ ଏବଂ ବଡ଼ ଆକାରରେ ପୂର୍ବରୁ ଦେଖାଯାଇ ନ ଥିବା ଆକ୍ସନ୍ ଦୃଶ୍ୟ ଏହି ଚଳଚ୍ଚିତ୍ରର ବିଶେଷତ୍ଵ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories