www.samajalive.in
Sunday, December 14, 2025
23.1 C
Bhubaneswar

୫ ନିୟୁତ ଡଲାର କ୍ଷତିପୂରଣ ଦେବା ପରେ ମୁକୁଳିଲା ଜାହାଜ

ମୋଗାଡିସୁ : ସୋମାଲିଆ ଜଳଦସ୍ୟୁଙ୍କୁ ୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୨ କୋଟି ଟଙ୍କା) କ୍ଷତିପୂରଣ ଦେବାପରେ ବାଂଲାଦେଶର ଏକ ପଣ୍ୟବାହୀ ଜାହାଜ ଖଲାସ ହୋଇଥିବା ଜଣାପଡିଛି। ଗତ ମାର୍ଚ୍ଚରେ ‘ଏମଭି ଅବଦୁଲ୍ଲା’ ନାମକ ଉକ୍ତ ଜାହାଜଟି ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍‌ସ ଯାତ୍ରା କରୁଥିବାବେଳେ ସୋମାଲିଆ ଜଳଦସ୍ୟୁମାନେ ଏହାକୁ ଅପହରଣ କରିନେଇଥିଲେ। ଜାହାଜକୁ ଖଲାସ କରିବାକୁ ଜଳଦସ୍ୟୁମାନେ ୫ ନିୟୁତ ଡଲାର ଅର୍ଥ ଦାବି କରିଥିଲେ। ଅବଦୁଲ ରସିଦ ୟୁସୁଫ ନାମକ ଜଣେ ଜଳଦସ୍ୟୁଙ୍କ ବୟାନ ଅନୁଯାୟୀ ଗତ ଶୁକ୍ରବାର ଏହି ଅର୍ଥ ସେମାନଙ୍କ ନିକଟରେ ପହଞ୍ଚିଥିଲା। ପ୍ରଥମେ ସେମାନେ ଏହା ଜାଲ୍‌ ଟଙ୍କା କି ନୁହେଁ ଯାଞ୍ଚ କରିଥିଲେ। ତେବେ ସବୁ ଟଙ୍କା ଅସଲି ଜଣାପଡିବା ପରେ ସେମା​‌ନେ ନିଜ ମଧ୍ୟରେ ଏହାକୁ ଭାଗବଣ୍ଟା କରିବା ସହ ଜାହାଜକୁ ଛାଡି ଦେଇଥିବା କୁହାଯାଇଛି। ୨୦୦୮ରୁ ସୋମାଲିଆ ଜଳଦସ୍ୟୁମାନେ ଏକାଧିକ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ କରିଆସୁଛନ୍ତି।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories