BJD Bijuli 480×75 Mob

ଅଧାରେ ଅଟକିଲା ଓରନ୍ଦା-ଗୁରୁଡ଼ିଝାଟିଆ ରାସ୍ତା କାମ

BJD Bijuli 480×75 Mob

ଗୁରୁଡ଼ିଝାଟିଆ: ଓରନ୍ଦା ଠାରୁ ୫୫ ନଂ ଜାତୀୟ ରାଜପଥରୁ ବାହାରି ପିଠାଖିଆ ଦେଇ ଗୁରୁଡ଼ିଝାଟିଆ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାକାର୍ଯ୍ୟ ଅଧାରେ ଅଟକିଛି। ରାସ୍ତା ଓ କୋଠାବାଡି ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୈନିକ ଶହଶହ ସଂଖ୍ୟାରେ ଭାରୀଯାନ ଖମାରନୁଆଗାଁ ଓ କୋଳଥପଙ୍ଗି ନିକଟରେ ଗଢିଉଠିଥିବା କାରଖାନାକୁ ଯାତାୟାତ କରୁଛନ୍ତି। ରାସ୍ତାଟି ଭାରୀଯାନ ଚଳାଚଳ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ଅଟେ। ସେହି ଅନୁଯାୟୀ ଭାରୀଯାନ ଚଳାଚଳ ପାଇଁ ଆବଶ୍ୟକତା ଦୃଷ୍ଟିରୁ ରାସ୍ତାଟି ନିର୍ମିତ ହୋଇନଥିଲା। ଏବେ ଯେତେବେଳେ ଭାରୀଯାନ ଚଳାଚଳ କରୁଛି ରାସ୍ତାଟି ଦବି ଯାଇ ଖାଲଖମାରେ ପରିଣତ ହୋଇଛି। ସ୍ଥାନୀୟ ଜନସଧାରଣ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ପିଠାଖିଆ ନିକଟରେ ଥିବା ଶଙ୍ଖଯୋର ଠାରୁ ଓରନ୍ଦା ପୋଖରୀ ପର୍ଯ୍ୟନ୍ତ ଏବଂ ଗୁରୁଡ଼ିଝାଟିଆ ମେଡିକାଲ ଛକ ନିକଟରେ କିଛି ଅଂଶ ମରାମତି ଓ ପିଚୁ କରିଅଛି। ହେଲେ ବାକି ଅଂଶ ଗୁରୁଡ଼ିଝାଟିଆ କଲେଜ ଠାରୁ ପିଠାଖିଆ ଗ୍ରାମ ଓ ଓରନ୍ଦା ନିକଟରେ ରାସ୍ତା ଖାଲଖମାରେ ପରିଣତ ହୋଇଛି। ଯାହାଫଳରେ ଏହି ରାସ୍ତା ଦେଇ ଯାଉଥିବା ଜନସାଧାରଣ, ବିଦ୍ୟାର୍ଥୀ ଓ ଚିକିତ୍ସାଳୟକୁ ଯାଉଥିବା ରୋଗୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏବେ ପୁଣି ୨ ଦିନପରେ ଗୁରୁଡ଼ିଝାଟିଆର ବଡପର୍ବ ମା ବାସନ୍ତୀଦୁର୍ଗାଙ୍କ ଉତ୍ସବ ଅନୁଷ୍ଠିତ ହେବ। ଓରନ୍ଦାରୁ ଗୁରୁଡ଼ିଝାଟିଆ ରାସ୍ତାଟି ଭଲ ନଥିବାରୁ ଶ୍ରଦ୍ଧାଳୁମାନେ ଘୋର ଅସୁବିଧାର ସମ୍ମୁଖିନ ହେବେ। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ରାସ୍ତାଦେଇ ମାଆଙ୍କ ପାହଡି ବେଜି ଓ ଅଷ୍ଟମୀବ୍ରତ ପାଳନ କରିବା ପାଇଁ ଆସିବେ। କେଉଁ ଉଦ୍ଦେଶ୍ୟରେ ଓ କାହିଁକି ରାସ୍ତାର ସଂପୂର୍ଣ୍ଣ ମରାମତି ହେଉନାହିଁ ତାହା ବୁଝାପଡୁନାହିଁ। ଏଣୁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହିତ ତୁରନ୍ତ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି।

Comments are closed.