ଠେଲକୋପଡ଼ା ଡବଲ ମର୍ଡର ଘଟଣା; ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

0

ସମ୍ବଲପୁର:  ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ରାସ୍ତାରୋକ ହଟିଥିଲା ଏବଂ ଗାଁରେ ପୁଲିସ ଜଗି ରହି ସ୍ଥିତି ଉପରେ ନଜର ରଖିଛି ।

ସୂଚନାଯୋଗ୍ୟ, ସମ୍ବଲପୁର ଟାଉନ୍‌ ଥାନା ଅନ୍ତର୍ଗତ ଠେଲକୋପଡ଼ା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଦିନ ତଳେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ପୁଲିସ ସେହି ଦିନ ଗୋଟିଏ ଗୋଷ୍ଠୀର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ୭ ଜଣଙ୍କୁ ଗିରଫ କରିଥିଲା। ଆଜି ଅପର ଗୋଷ୍ଠୀର ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ମାମଲାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply