www.samajalive.in
Saturday, December 13, 2025
21.1 C
Bhubaneswar

ବେରୋଜଗାର ସ୍ୱାମୀଙ୍କୁ ଭରଣପୋଷଣ ଦେବେ ପତ୍ନୀ: ମାସକୁ ଦେବ. . .

ମୁମ୍ବଇ: ଛାଡ଼ପତ୍ର ନେଇ ସ୍ୱାମୀଙ୍କୁ ଭରଣପୋଷଣ ଦେବେ ସ୍ତ୍ରୀ। ମାସିକ ୧୦ହଜାର ଟଙ୍କା ଲେଖାଏଁ ସ୍ୱାମୀଙ୍କୁ ଦେବେ ସ୍ତ୍ରୀ। ନିମ୍ନ ଅଦାଲତ ଦେଇଥିବା ଏଭଳି ରାୟକୁ ସମର୍ଥନ କରିଛନ୍ତି ବମ୍ବେ ହାଇକୋର୍ଟ। ସୂଚନା ଅନୁସାରେ ୨୦୧୬ରେ ପରସ୍ପରଠାରୁ ଛାଡପତ୍ର ନେବାକୁ ଆବେଦନ କରିଥିଲେ ସ୍ୱାମୀ-ସ୍ତ୍ରୀ। ଛାଡ଼ପତ୍ର ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଭରଣପୋଷଣ ପାଇଁ ଏକ ମାମଲା ରୁଜୁ କରିଥିଲେ। ହେଲେ ନିମ୍ନ ଅଦାଲତ ପତ୍ନୀଙ୍କ ଆବେଦନକୁ ଖାରଜ କରିବା ସହ ସ୍ୱାମୀଙ୍କ ଆବେଦନକୁ ଅନୁମତି ପ୍ରଦାନ କରିଥିଲେ। ମାସକୁ ୧୦,୦୦୦ ଲେଖାଏଁ ପରସ୍ପରକୁ ଦେବାକୁ ଆବେଦନ କରିଥିଲେ।
ଏବେ ନିମ୍ନ ଅଦାଲତଙ୍କ ଏହି ରାୟକୁ କାଏମ ରଖିଛନ୍ତି ବମ୍ବେ ହାଇକୋର୍ଟ। ନିମ୍ନ ଅଦଲତଙ୍କ ରାୟକୁ ସମର୍ଥନ କରି ହାଇକୋର୍ଟ ବିରୋଜଗାର ସ୍ୱାମୀଙ୍କୁ ମାସକୁ ୧୦,୦୦୦ ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତି ପାରିବାରିକ ଆଇନକୁ ଚ୍ୟାଲେଞ୍ଜ କରିଛି। ଯେଉଁଠାରେ ସ୍ୱାମୀଙ୍କୁ ସାଧାରଣତଃ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଏ। ମହିଳାଙ୍କ ସ୍ୱାମୀ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି। ଏଥିପାଇଁ ମାସିକ ୧୦,୦୦୦ ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ଗ୍ରୀଷ୍ମପ୍ରବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ


କୋର୍ଟଙ୍କ କହିବା ମୁତାବକ ପାରିବାରିକ ବିବାଦରେ ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଥାନ୍ତି। ତେବେ ଉଭୟଙ୍କ ମଧ୍ୟରେ ଭରଣପୋଷଣ ପାଇଁ କେହି ଜଣେ ଅସମର୍ଥ ହେଲେ ଅନ୍ୟ ଜଣଙ୍କ ତାଙ୍କୁ ଭରଣପୋଷଣ ଦେବାକୁ ଦାବି କରିପାରିବେ। ୨୦୨୦ ମାର୍ଚ୍ଚ ୧୩ରେ ନିମ୍ନ ଅଦାଲତ ଦେଇଥିବା ଏହି ରାୟକୁ ଚ୍ୟାଲେଞ୍ଜ କରି ମହିଳାଙ୍କ ଜଣଙ୍କ ହାକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ମହିଳାଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କାରଣ ମହିଳା ଜଣଙ୍କ ବ୍ୟାଙ୍କରେ ମ୍ୟାନେଜର ପୋଷ୍ଟରେ ଚାକିରି କରି ଭଲ ରୋଜଗାର କରୁଥିବା ଜଣାପଡିଥିଲା। ହେଲେ ଆବେଦନରେ ମହିଳା ଦର୍ଶାଇଥିଲେ ଯେ ୨୦୧୯ରେ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହାସହିତ ଘର ପାଇଁ ଋଣ ନେବା ସହିତ ନିଜ ପିଲାର ଦାୟିତ୍ୱ ବୁଝୁଥିଲେ ମହିଳା। ଏସବୁ ଖର୍ଚ୍ଚ ପାଇଁ ମହିଳା ଜଣଙ୍କ କୌଣସି ଉପାୟରେ ରୋଜଗାର କରୁଥିବା ସୂଚନା ମିଳିବା ପରେ କୋର୍ଟ ଏହି ରାୟ ଶୁଣାଇଥିଲେ।

ଗହମ କ୍ଷେତରେ ହେମାମାଳିନୀ: ହାତରେ ଧରିଲେ ଦାଆ ତା’ପରେ. . .

- Advertisement -

 

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories