www.samajalive.in
Saturday, December 13, 2025
26.1 C
Bhubaneswar

ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଓ ଷଡ଼ଯନ୍ତ୍ରୀକାରୀ ଧରାପଡ଼ିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତ ସହ ଜଣେ ଷଡ଼ଯନ୍ତ୍ରକାରୀକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଅବଦୁଲ ମଥିନ ତାହା ଓ ମୁସାବିର ଶାଜୀବ ହୁସୈନ ବୋଲି ଜଣାପଡ଼ିଛି।

ତଦନ୍ତକାରୀ ସଂସ୍ଥା ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମୁସାବିର ଶାଜୀବ ହୁସୈନକୁ ଚିହ୍ନଟ କରିଥିଲା, ଯିଏ କି ବିସ୍ଫୋରଣ ଘଟାଇଥିଲା। ଏହି ମାମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଅବଦୁଲ ମଥିନ ତାହାକୁ ମଧ୍ୟ ଚିହ୍ନଟ କରାଯାଇଛି, ଯିଏକି ଆହୁରି ବିଭିନ୍ନ ମାମଲା ସହ ଜଡ଼ିତ ଏବଂ ଏଜେନ୍ସି ଦୀର୍ଘଦିନ ଧରି ତାକୁ ଖୋଜୁଥିଲା।

ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ

- Advertisement -


ଏଠାରେ ସୂଚନାଯୋଗ୍ୟ, ବେଙ୍ଗାଲୁରୁର ହ୍ବାଇଟ୍‌ ଫିଲ୍ଡ ଅଞ୍ଚଳର ଆଇଟିପିଏଲ ରୋଡ୍‌ ନିକଟରେ ଥିବା ରାମେଶ୍ୱରମ କାଫେରେ ମାର୍ଚ୍ଚ ୧ରେ ଆଇଇଡ଼ି ବିସ୍ଫୋରଣ ଘଟିଥିଲା। କାଫେରେ ଏକ ବ୍ୟାଗରେ ଥିବା କିଛି ସନ୍ଦିଗ୍ଧ ବସ୍ତୁରେ ବିସ୍ଫୋରଣ ଘଟି ୧୦ ଜଣ ଗୁରୁତର ଆହତ ହୋଇଥିଲେ। ମାର୍ଚ୍ଚ ୩ରେ ମାମଲା ହାତକୁ ନେଇଥିଲା ଏନଆଇଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories