www.samajalive.in
Sunday, December 7, 2025
26.1 C
Bhubaneswar

ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ

ବୌଦ୍ଧ : ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ । ନାଁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଅଛି ନାଁ ଖାଇବାକୁ ଦୁଇ ମୁଠା ଖାଦ୍ୟ । ସତେ ଯେପରି ମନେ ହେଉଛି ସରକାରଙ୍କ ମାଳ ମାଳ ଯୋଜନା ଏଠାରେ ବାଟବଣା ହୋଇ ପଡ଼ିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତଳସରଡା ପଞ୍ଚାୟତ ସିଦ୍ଧପୁର ଗ୍ରାମରେ । ଏହି ଗ୍ରାମର ସତ୍ୟଭାମା ନାମକ ଜଣେ ମହିଳା ନିଜର ଏକମାତ୍ର ନାବାଳିକା ଝିଅକୁ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । କେବଳ ସେତିକି ନୁହେଁ ଗାଁର ପ୍ରାୟ ପରିବାର ଦୟନୀୟ ଅବସ୍ଥାରେ ବଞ୍ଚୁଥିବା ଦେଖିବାକୁ ମିଳିଛି । ସତ୍ୟଭାମା ଏବଂ ଅନେକ ଗରିବ ଶ୍ରେଣୀର ଲୋକେ ଝାଟିମାଟି ଘରେ ଦିନ କାଟୁଥିବାବେଳେ ଭୋକ ଉପାସରେ କଟୁଛି ଜୀବନ ।

ତେବେ ହିତାଧିକାରୀମାନେ ସମସ୍ତ ସମସ୍ୟା ଦୂର କରିବା ପାଇଁ ବାରମ୍ବାର ପ୍ରଶାସନ ପଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ସତ୍ୟଭାମା ନିଜ ଝିଅ ସହିତ ବିକାଶର ଅନ୍ଧକାର ମଧ୍ୟରେ ବଞ୍ଚିବାର ରାହା ଖୋଜୁଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଦୁଇ ଓଳା ଦୁଇ ମୁଠା ଅନ୍ନ ପାଇଁ ସଂଘର୍ଷ କରୁଛନ୍ତି ସତ୍ୟଭାମା । ତେବେ ନିର୍ବାଚନ ଆସିଲେ ସତ୍ୟଭାମାଙ୍କ ଭଳି ଆହୁରି ଅନେକଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି ରାଜନୈତିକ ଦଳର ନେତା । କିନ୍ତୁ ଭୋଟ ସରିଲେ ପୁଣି ଯେଉଁ ଦୁଃଖକୁ ସେହି ଦୁଃଖ । ତେଣୁ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଉକ୍ତ ପରିବାର ।

- Advertisement -

ଏ ସମ୍ପର୍କରେ ସତ୍ୟଭାମା ଏକାଧିକ ଥର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଏପରିକି ସତ୍ୟଭାମାଙ୍କ ଭଳି ଦୁଃଖରେ ଭାଙ୍ଗି ପଡି ଶେଷରେ ଜୀବନ ହାରି ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ତେବେ ଏହି ଗାଁର ପ୍ରାୟ ୬ରୁ ଉର୍ଦ୍ଧ୍ବ ପରିବାର ଏଭଳି ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ସମସ୍ତ ପରିବାର ବୌଦ୍ଧ ଜିଲ୍ଲାର ସ୍ଥାୟୀ ଅଧିବାସୀ ହୋଇଥିଲେ ମଧ୍ୟ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା କିମ୍ବା ବିଜୁ ପକ୍କାଘର ପାଇପାରୁ ନାହାନ୍ତି ।

ନିଜର ବୋଲି ଜାଗା ଖଣ୍ଡିଏ ନଥିବାରୁ ସମସ୍ତ ପରିବାର ସରକାରୀ ସ୍ଥାନରେ ଚାଳଛପର କରି ବସବାସ କରୁଛନ୍ତି । ସେହିପରି ବିଦ୍ୟୁତ ଆଲୋକ ଏମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଥିବା ବେଳେ ପ୍ରଚଣ୍ଡ ଖରାରେ ଖୋଲା ଆକାଶ ତଳେ ଏହି ପରିବାରକୁ ରୋଷେଇ କରିବାକୁ ପଡୁଛି । ଗତ (ବୁଧବାର) ଦିନ ଏହି ଅଞ୍ଚଳରୁ ଶାସକ ବିଜେଡ଼ିର ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ ବ୍ୟୟ ବହୁଳ ପ୍ରଚାର ଅଭିଯାନ ଆରମ୍ଭ କରିଥିବାବେଳେ ଏହି ଦୟନୀୟ ଅବସ୍ଥାରେ କାଳ କାଟୁଥିବା ପରିବାର ଉପରେ କାହାର ଦୃଷ୍ଟି ପଡ଼ିନଥିଲା । ସରକାର ଯଦି ଏହି ହିତାଧିକାରୀଙ୍କ ସମସ୍ୟାକୁ ସମାଧାନ ନ କରନ୍ତି, ତାହାଲେ ଚଳିତ ଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories