www.samajalive.in
Saturday, December 13, 2025
26.1 C
Bhubaneswar

ସିଆଇଆଇ ସବୁଜ ଓଡିଶା କନକ୍ଳେଭ ଆୟୋଜିତ

ଭୁବନେଶ୍ଵର: ବୁଧବାର ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ସବୁଜ ଓଡିଶା କନକ୍ଲେଭ ଅନୁଷ୍ଠିତ ହୋଇଛି।  ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।  ଏହି କନକ୍ଲେଭରେ ସରକାର, ଶିଳ୍ପ, ଶିକ୍ଷାବିତ ଏବଂ ନାଗରିକ ସମାଜର ବିଭିନ୍ନ ଅଂଶୀଦାର ସାମିଲ ହୋଇ ସବୁଜ ଅଭ୍ୟାସ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ପାଇଁ ବିଶ୍ଵସ୍ତରୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରୀନ୍ ଓଡିଶା କନକ୍ଲେଭ  ଚିନ୍ତାଶୀଳ ନେତୃତ୍ଵ ଏବଂ ବିଶେଷଜ୍ଞଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଏହି ଅବସରରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ପରିବେଶ ସମସ୍ୟା ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଓଡିଶାକୁ ସବୁଜ ପଦକ୍ଷେପର ଅଗ୍ରଣୀ ଭାବେ ଅବସ୍ଥାପିତ କରିବା ପାଇଁ ମିଳିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସେହିପରି ଆଇଜିବିସି ଭୁବନେଶ୍ଵର ଚାପ୍ଟରର ଅଧ୍ୟକ୍ଷ ମନୋଜ କର ଭାଷଣ ଦେଇ ଜଳବାୟୁ ପରିବର୍ତ୍ତନର ମୁକାବିଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଉଦଘାଟନୀ ଅବସରରେ ଆଇଜିବିସି ଭୁବନେଶ୍ଵର ଚାପ୍ଟରର ସହଅଧ୍ୟକ୍ଷ ସୋପିଆ ଫିରଦୌସ ସମାପନୀ ଭାଷଣ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories