www.samajalive.in
Sunday, December 14, 2025
26.1 C
Bhubaneswar

ଏଲନ ମସ୍କଙ୍କ ସହ ହାତ ମିଳାଇବେ ମୁକେଶ ଅମ୍ବାନୀ, ଭାରତରେ ନିର୍ମାଣ ହେବ ଟେସଲା କାର୍

ନୂଆଦିଲ୍ଲୀ : ଟେସଲା ଏବେ ଭାରତ ଆସିବା ନେଇ ଲଗାତର ଚର୍ଚ୍ଚା ଚାଲିଛି । ପୂର୍ବରୁ ଟେସଲାର ଏକ ଟିମ୍ ଭୂମି ସନ୍ଧାନରେ ଭାରତ ଆସିବା ସୂଚନା ସାମ୍ନାକୁ ଆସିଥିଲା । ଏହା ପରେ ଟେସଲା ଭାରତରେ ପ୍ରବେଶ କରିବା ୧୦୦ ପ୍ରତିଶତ ନିର୍ଦ୍ଧାରିତ ହୋଇସାରିଛି ବୋଲି ବୟାନ ଦେଇଥିଲେ ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ।

କୁହାଯାଉଛି କି ଟେସଲା କାରଖାନା ନିର୍ମାଣରେ ଏଲନ ମସ୍କ ଭାରତରେ ପ୍ରାୟ ୨ ଅରବ ଡଲାର ନିବେଶ କରିବେ । ଏଥିପାଇଁ ଅନେକ ରାଜ୍ୟ ସହିତ ଆଲୋଚନା ଚାଲିଛି । ତେବେ ଟେସଲା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟରେ ଏକ ମିଳିତ ଉଦ୍ୟେଗ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ଆଲୋଚନା ସଫଳ ହୁଏ ତେବେ ମୁକେଶ ଅମ୍ବାନୀ ଏବଂ ଏଲନ ମସ୍କ ମିଶି ଟେସଲା କାରଖାନା ମହାରାଷ୍ଟ୍ରରେ ଲଗାଇବେ ।

୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏହି ଇଲେକ୍ଟ୍ରିକ୍ ବାଇକ୍, ୮ ବର୍ଷର ଓ୍ବାରେଣ୍ଟି ଦେବ କମ୍ପାନୀ

- Advertisement -

ଟେସଲା ଭାରତ ଆସିବା ପାଇଁ ଏକ ସ୍ଥାନୀୟ ପାର୍ଟନର ସନ୍ଧାନ କରୁଛି । ନିଜ ନିର୍ମାଣ ୟୁନିଟ୍ ଲଗାଇବା ପାଇଁ ସେ ପ୍ରାୟ ମାସେ ଧରି ରିଲାଏନ୍ସ ସହ ଚର୍ଚ୍ଚା କରୁଛି । ତେବେ ସୂଚନା ଅନୁସାରେ ଉଭୟ କମ୍ପାନୀଙ୍କ ମଧ୍ୟରେ ଆଲୋଚନା ପ୍ରାରମ୍ଭିକ ସ୍ତରରେ ରହିଛି । ମୁକେଶ ଅମ୍ବାନୀ ବର୍ତ୍ତମାନ ଅଟୋମୋବାଇଲ କ୍ଷେତ୍ରକୁ ଓହ୍ଲାଇବା ପାଇଁ କିଛି ଖାସ୍ ଯୋଜନା କରିନାହାଁନ୍ତି । ତେବେ ସେ ଇଲେକ୍ଟ୍ରିକ୍ ଗାଡି ଉତ୍ପାଦନ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories