www.samajalive.in
Monday, December 8, 2025
27.1 C
Bhubaneswar

ନଡ଼ିଆ ଭଙ୍ଗା ସରିଲା, ରାସ୍ତା କାମ ନୋହିଲା

ଭବାନୀପାଟଣା: ସ୍ଥାନୀୟ ପୁରୁଣାପଡା ସ୍କୁଲ ଛକରୁ ଶମ୍ଭୁ ନଗର ପଡା ଦେଇ ଭୋଇଗୁଡା ପଟକୁ ରାସ୍ତା କାମ ପାଇଁ ନଗରପାଲଙ୍କ ନଡ଼ିଆ ଭଙ୍ଗା ସରିଲା। ହେଲେ ଏହାର ଚାରି ମାସ ପରେ ମଧ୍ୟ କାମ ଆରମ୍ଭ ହୋଇପାରିଲାନାହିଁ। ଏପଟେ ଏହାକୁ ନିର୍ବାଚନ ପ୍ରସଙ୍ଗ କରିବାକୁ ବିରୋଧୀ ସଜବାଜ ହେଉଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ପୁରୁଣାପଡା ସ୍କୁଲ୍ ଛକରୁ ଶମ୍ଭୁ ନଗରପଡ଼ା ତ୍ରିନାଥ ମନ୍ଦିର ଏବଂ ମୁଶ୍ରୁ କିରାନା ଦୋକାନ ଯାଏଁ ପ୍ରାୟ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରାସ୍ତା ପାଇଁ ଟେଣ୍ଡର ହୋଇଛି। ରାସ୍ତା କାମ ଆରମ୍ଭ କରିବାକୁ ନଗରପାଲଙ୍କ ନଡ଼ିଆ ଭଙ୍ଗା କାର୍ଯ୍ୟକ୍ରମକୁ ଚାରି ମାସ ବିତିଲାଣି। ଅଥଚ ଏଯାଏଁ ସେହି ରାସ୍ତାରେ ପିଚୁ ପଡ଼ିବା ତ ଦୂରର କଥା ଗେଟି ମୁଠାଏ ମଧ୍ୟ ପଡିନଥିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ, ପୁରୁଣାପଡ଼ା ସ୍କୁଲ୍ ଛକରୁ ଭୋଇଗୁଡ଼ା ଯାଏଁ ଏହି ରସ୍ତା ଲମ୍ବିଛି। ଏହି ରାସ୍ତା ଉପରେ ନାରେଙ୍ଗ ଖୋଲା, ଭୋଇଗୁଡା, ଡଙ୍ଗରିଗୁଡ଼ା ଆଦି ରିଶିଗାଁ ପଂଚାୟତର ହଜାର ହଜାର ଲୋକ ଦୈନିକ ନିର୍ଭରାଶୀଳ। ଅଥଚ ନଗରପାଳ ନଡ଼ିଆ ଭାଙ୍ଗି ନିଜ କାମ ସାରିଦେଲେ। ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ ନାଳି ଖୋଳା କାମ ସରିଲେ ରାସ୍ତା କାମ ଆରମ୍ଭ ହେବ ବୋଲି ଉତ୍ତର ମିଳୁଛି। ଅଥଚ ନାଳି କେଉଁ ମାନର ହେଉଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ସେଥିରେ ପୁଣି କାମ ଅସମ୍ପୂର୍ଣ୍ଣ ହୋଇ ରହିଯାଇଛି। ଫଳରେ ନାଳି କେବେ ସମ୍ପୂର୍ଣ୍ଣ ହେବ, ରାସ୍ତା କାମ କେବେ ଆରମ୍ଭ ହୋଇ ଶେଷ ହେବା ସ ଯାତାୟାତ ଉପଯୋଗୀ ହେବ ସେନେଇ ଲୋକଙ୍କ ପନରେ ପ୍ରଶ୍ନ ଉଙ୍କି ମାରୁଛି। ତେଣୁ ଚଳିତ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରିବେ ବୋଲି ବିରୋଧୀ କୁହା କୁହି ହେଲେଣି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories