www.samajalive.in
Monday, December 8, 2025
16.1 C
Bhubaneswar

ଅପହୃତ ଜାହାଜ ଏମଭି ଅବଦୁଲ୍ଲାହ – ପରିସ୍ଥିତି ନିୟନ୍ତ୍ରଣରେ ଅଛି

ଡେସ୍କ: ବାଂଲାଦେଶର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଖାଲିଦ ମହମ୍ମଦ ଚୌଧୁରୀ ଆଜି ଆଶା ବ୍ୟକ୍ତ କରିଛନ୍ତି ଯେ ଅପହୃତ ଜାହାଜ ଏମଭି ଅବଦୁଲ୍ଲାହର ସମସ୍ତ ୨୩ ଜଣ କର୍ମଚାରୀଙ୍କୁ ଚଳିତ ମାସରେ ଉଦ୍ଧାର କରାଯିବ। ଶ୍ରୀ ଚୌଧୁରୀ ଢାକାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସେ କହିଛନ୍ତି ଯେ ଜାହାଜ ଚଳାଚଳ ବିଭାଗ କ୍ରୁ ସଦସ୍ୟଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସେମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ମାର୍ଚ୍ଚ ୧୨ ତାରିଖରେ ଏହି ଜାହାଜକୁ ସୋମାଲି ଡକାୟତମାନେ ଅପହରଣ କରି ନେଇଥିଲେ। ଜାହାଜଟି ମୋଜାମ୍ବିକର ମାପୁଟୋରୁ ସଂଯୁକ୍ତ ଆରବ ଏମିରେଟ୍ସର ଅଲ୍ ହମରିଆ ଅଭିମୁଖେ ଯାଉଥିଲା। ଏଥିରେ ୫୮ ହଜାର ଟନ୍ କୋଇଲା ଭର୍ତ୍ତି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories