www.samajalive.in
Monday, December 8, 2025
27.1 C
Bhubaneswar

​ହେମାମାଳିନୀଙ୍କ ବିଷୟରେ ମନ୍ତବ୍ୟ ପ୍ରସଙ୍ଗ – ରଣଦୀପ ସୁରଜେୱାଲାଙ୍କୁ ଜବାବ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହେମା ମାଳିନୀଙ୍କ ବିରୋଧରେ ଅସମ୍ମାନଜନକ ଓ ଅସଭ୍ୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା କଂଗ୍ରେସ ନେତା ସୁରଜେୱାଲାଙ୍କୁ ଜବାବ ମାଗିଛନ୍ତି ନିର୍ବାଚନ କମିଶନ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ହାଇକୋର୍ଟରେ ଖାରଜ, ମାମଲା ଯିବ ସୁପ୍ରିମକୋର୍ଟ

- Advertisement -

ଏଥିସହ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଦ୍ୱାରା ମହିଳାଙ୍କ ପ୍ରତି ସମ୍ମାନଜନକ ସାର୍ବଜନୀନ ଆଲୋଚନା ସୁନିଶ୍ଚିତ କରିବା ଦିଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ କହିଛନ୍ତି। ନିର୍ବାଚନ ପ୍ରଚାରକୁ ମହିଳାଙ୍କ ପ୍ରତି କୌଣସି ପ୍ରକାର ଅସମ୍ମାନ ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହେବାକୁ ଦିଆଯାଇ ପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ଦୋହରାଇଛି।

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା

ସମସ୍ତ ଦଳୀୟ ନେତାଙ୍କ ସାର୍ବଜନୀନ ଆଲୋଚନା ସମୟରେ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ କମିସନଙ୍କ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଦଳ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଏପ୍ରିଲ ୧୧ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ପଡ଼ିବ। ସୁରଜେୱାଲାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ହେମାମାଳିନୀ କହିଛନ୍ତି ଯେ ବିରୋଧୀ ଦଳର ନେତାମାନେ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ।

ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ

କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସେ ଅଭିନେତା-ରାଜନେତାଙ୍କୁ ଅପମାନିତ କରିବାକୁ କେବେ ବି ଇଚ୍ଛା କରିନଥିଲେ। ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ଏକ ଭିଡିଓ ସେୟାର କରିବା ସହ ହେମାମାଳିନୀଙ୍କ ବିଷୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ କଂଗ୍ରେସ ସାଂସଦଙ୍କୁ ସମାଲୋଚନା କରିବା ପରେ ସୁରଜେୱାଲା ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories