ସ୍କୁଲରେ ତାଲା ପକାଇଲେ ଠିକାଦାର, ବାହାରେ ବୁଲିଲେ ପିଲା ଓ ଶିକ୍ଷକ
ବାଲେଶ୍ଵର: ବାଲେଶ୍ଵର ସହର ନିକଟସ୍ଥ ଦହପଡ଼ା ଚିନ୍ତାମଣି ହାଇସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ରୂପାନ୍ତର ବେଳେ ଗ୍ରାମର ୬ ଜଣ ବ୍ୟକ୍ତିଙ୍କୁ କନଷ୍ଟ୍ରକ୍ସନ୍ କାମ ଦିଆ ଯାଇଥିଲା। ତେବେ କାମ ସମ୍ପୂର୍ଣ୍ଣ ହେବାର ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଆଜି ଯାଏଁ ସେମାନେ ତାଙ୍କର ବଳକା ଟଙ୍କା ପାଇ ପାରିନାହାନ୍ତି। ଫଳରେ ମଙ୍ଗଳବାର ସେମାନେ କାମ କରିଥିବା ୫ଟି ଶ୍ରେଣୀ ଗୃହରେ ତାଲା ପକାଇ ବନ୍ଦ ରଖିଥିଲେ। ଯଦ୍ଵାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ମଧ୍ୟ ବାହାରେ ଛିଡା ହୋଇଥିଲେ। ତେବେ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ ତଦନ୍ତ କରୁଛନ୍ତି ବୋଲି କହିଛନ୍ତି।
Comments are closed.