ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ
ନୂଆଦିଲ୍ଲୀ : ଅନଲାଇନ ବାଣିଜ୍ୟିକ କମ୍ପାନୀ ଆମାଜନ ଇଣ୍ଡିଆ ‘ବଜାର’ ନାଁରେ ନୂଆ ଅନଲାଇନ୍ ଶୋରୁମ୍ ଆପ୍ ଖୋଲିଦେଇଛି । ଏହାର ଖାସ୍ କଥା ହେଉଛି ଏଠାରେ ସମସ୍ତ ବସ୍ତ୍ର ୬୦୦ ଟଙ୍କାରୁ କମ୍ ଦାମରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ମିଶୋ ଭଳି ସଂସ୍ଥାକୁ ଟକ୍କର ଦେବା ପାଇଁ କମ୍ପାନୀ ଏହାକୁ ଆଣିଛି । କମ୍ପାନୀ ଏନେଇ ପୂର୍ବରୁ ସଙ୍କେତ ଦେଇଥିଲା ।
ଆମାଜନ ବଜାରରେ ଡ୍ରେସ୍, ଆକ୍ସସରିଜ, ଅଳଙ୍କାର,ଜୋତା ଆଦି ଅନେକ ସାମଗ୍ରୀ ମିଳିବ । ଏହା ବ୍ୟତୀତ ଉପଭୋକ୍ତା ସମସ୍ତ ପ୍ରକାର ଡ୍ରେସ୍ ମଧ୍ୟ କ୍ରୟ କରିପାରିବେ । ଏହା ବ୍ୟତୀତ ରୋଷେଇ ଘର ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ । ତେବେ ଏହାର ସିଧା ମୁକାବିଲା ମିଶୋ ସହ ହେବ ଯାହା କମ ଦାମରେ ସାମଗ୍ରୀ ଯୋଗାଇଥାଏ । ଏବଂ ଫ୍ଲିପକାର୍ଟର ଶପ୍ସି ନାମକ ଅନ୍ୟ ଏକ ଆପକୁ ମଧ୍ୟ ଏହା ଟକ୍କର ଦେବ । କହିରଖୁଛୁ ଆମାଜନ ପୂର୍ବରୁ ଏଥିପାଇଁ ଯୋଜନା ଚଳାଇଥିଲା ଏବଂ ଏହି ଅନଲାଇନ୍ ଆପ୍ ଆଣିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲା ।
Comments are closed.