www.samajalive.in
Friday, December 12, 2025
15.1 C
Bhubaneswar

ପୁରୁଷ ହକି ଟେଷ୍ଟ, ଭାରତକୁ ୫-୧ ହରାଇଲା ଅଷ୍ଟ୍ରେଲିଆ

ପର୍ଥ: ଭାରତୀୟ ପୁରୁଷ ହକି ଦଳ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ପର୍ଥରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି। ଭାରତୀୟ ରକ୍ଷଣାଭାଗର ଦୁର୍ବଳତାକୁ ଭେଦ କରି ଖେଳର ୩ ମିିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍‌ ବ୍ରାଣ୍ଡ ଗୋଲ ଦେଇଥିଲେ। ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ କ୍ବାର୍ଟରର ସୁଦ୍ଧା ଅଷ୍ଟ୍ରେଲିଆ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମଧ୍ୟ ଭାରତ ଗୋଲ ଦେବାରେ ବିଫଳ ହୋଇଥିଲା। ୨୦ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଟମ୍‌ ୱିକ୍‌ହାମ ଗୋଲ ଦେଇ ଦଳକୁ ୨-୦ରେ ଆଗୁଅା କରିଥିଲେ।

ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ ୨-୦ ଗୋଲରେ ଅାଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆର ଗୋଲ ଦେବାର ପ୍ରକ୍ରିୟା ଜାରି ରହିଥିଲା। ୩୭ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ରିଣ୍ଟାଲା ୩ୟ ଓ ଟମ୍‌ ୱିକ୍‌ହାମ ୩୮ ମିନିଟ୍‌ରେ ୪ର୍ଥ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଅଷ୍ଟ୍ରେଲିଆ ୪-୦ ଗୋଲରେ ଆଗୁଆ ରହିଥିଲେ। ୪୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୁର୍‌ଜାଣ୍ଟ ସିଂହ ଗୋଲ ଦେଇ ମ୍ୟାଚକୁ ୧-୪ ସ୍ତରକୁ ଆଣିଥିଲେ। ୫୭ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଫ୍ଲାୟନ ଓଗ୍‌ଲିଭ୍‌ ୫ମ ଗୋଲ ଦେଇ ଦଳକୁ ୫-୧ରେ ବିଜୟୀ କରାଇଥିଲେ। ପ୍ୟାରିସ ଅଲିମ୍ପିକ୍‌ସ ପ୍ରସ୍ତୁତି ନେଇ ଉକ୍ତ ଶୃଙ୍ଖଳା ଭାରତ ଖେଳୁଥିବାବେଳେ ପ୍ରଥମ ମ୍ୟାଚରେ ଦଳ ପେନାଲ୍ଟି କର୍ଣ୍ଣର ଓ ରକ୍ଷଣାଭାଗର ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୨ୟ ମ୍ୟାଚ ରବିବାର ଖେଳାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories