www.samajalive.in
Friday, December 5, 2025
17.1 C
Bhubaneswar

ଲଗାତାର ପରାଜିତ ହେବା ପରେ ମହାଦେବଙ୍କ ଶରଣରେ…

ନୂଆଦିଲ୍ଲୀ: ପାଞ୍ଚ ଥରର ଆଇପିଏଲ ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଖାତା ଖୋଲିନାହିଁ। ୨୦୨୪ ଆଇପିଏଲରେ ମୁମ୍ବଇ ଇଣ୍ଡିଆନ୍ସର ନେତୃତ୍ୱ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ନେଇଛନ୍ତି। ତିନୋଟି ମ୍ୟାଚରେ ଲଗାତାର ପରାଜିତ ହେବା ପରେ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ମହାଦେବଙ୍କ ଶରଣରେ ପଶିଛନ୍ତି। ରବିବାର ଦିନ ମୁମ୍ବଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହା ପୂର୍ବରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଶୁକ୍ରବାର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏଠାରେ ମହାଦେବଙ୍କ ଆରାଧନା କରିବା ସହ ଜଳାଭିଷେକ କରି ପୂଜାପାଠ କରିଥିଲେ।
ହାର୍ଦ୍ଦିକ କ୍ୟାପଟେନ ହେବା ଦିନଠାରୁ ଲଗାତାର ସମାଲୋଚନାର ଶିକାର ହେଉଛନ୍ତି। କ୍ରିକେଟ ପଡିଆରେ ମୁମ୍ବଇ ଇଣ୍ଡିଆନ୍ସ ତିନି ଥର ପରାଜିତ ହେବାରୁ ପ୍ରଶଂସକମାନେ ତାଙ୍କୁ ଗାଳି ଦେବା ସହିତ ପାଣ୍ଡ୍ୟା ଗୋ-ବ୍ୟାକ୍‌‌ ନାରା ଦେଉଛନ୍ତି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories