www.samajalive.in
Saturday, December 6, 2025
14.1 C
Bhubaneswar

ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ପୁଲିସ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ବୋରାଇ (୩୫)। ତାଙ୍କ ନିକଟରୁ ପୁଲିସ ୧୧୬.୫୦୦କେଜିର ଗଞ୍ଜେଇ ଜବତ କରିଛି। ଏହାସହ ତାଙ୍କ ଠାରୁ ନଗଦ ୫,୯୮,୯୦୦ ଟଙ୍କା ଜବତ ହୋଇଛି। ରାଜୁ ନିକଟରୁ ୫ଟି ଏଟିଏମ୍ କାର୍ଡ, ଗୋଟିଏ ଧଳା ରଙ୍ଗର ବୋଲେରୋ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛି। ସେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରାପଡିଥିଲା। ତାକୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ମାଲକାନଗିରି ଡିଏସପି ଦିଲ୍ଲୀପ ଦାସଙ୍କ ନେତୃତ୍ବରେ ଗଠିତ ଦଳ ରାଜୁକୁ ଗିରଫ କରିବା ସହିତ ଏହି ସମସ୍ତ ସାମଗ୍ରୀ ଜବତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories