www.samajalive.in
Saturday, December 13, 2025
26.1 C
Bhubaneswar

ଗାଜା ଉପରେ ଆକ୍ରମଣ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଉଛି ଇସ୍ରାଏଲ

ନୂଆଦିଲ୍ଲୀ : ହମାସ ଓ ଇସ୍ରାଏଲ ମଧ୍ୟରେ ଅନେକ ମାସ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧକୁ ରୋକିବା ପାଇଁ ସବୁ ଦିଗରୁ ଚେଷ୍ଟା ଚାଲିଛି । ତଥାପି ଯୁଦ୍ଧ ଅଟକିବା ନାଁ ନେଉନି । ଏବେ କୁହାଯାଉଛି କି ଇସ୍ରାଏଲ ସେନା ହମାସର ଆତଙ୍କୀଙ୍କୁ ଟାର୍ଗେଟ୍ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଉଛନ୍ତି ।

ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ କୃତ୍ରିମ ବୁଦ୍ଧିମତା ଦ୍ବାରା ପ୍ରସ୍ତୁତ ଯନ୍ତ୍ରପାତି ୧୦ ପ୍ରତିଶତ ଭୁଲ୍ ମଧ୍ୟ ହୋଇପାରେ । ଏହି ମେସିନ ରବର ଷ୍ଟାମ୍ପ ଭଳି କାମ କରିଥାଏ । ପ୍ରଥମେ ଆତଙ୍କୀକୁ  ଚିହ୍ନଟ କରିଥାଏ ଏବଂ ୨୦ ସେକେଣ୍ଡ ଭିତରେ ଆକ୍ରମଣ କରିଥାଏ । ଯେଭଳି ଏହା ସାଧାରଣ ନାଗରିକଙ୍କୁ କ୍ଷତି ନକରେ ସେଥିପାଇଁ ବହୁତ ପ୍ରୟାସ କରାଯାଏ । ଆତଙ୍କୀଙ୍କୁ ଚିହ୍ନଟ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ କୃତ୍ରିମ ବୁଦ୍ଧିମତା ଉପରେ ନିର୍ଭର କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ

- Advertisement -

ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗାଜାରେ ଏପର୍ଯ୍ୟନ୍ତ ୩୨,୯୧୬ ରୁ ଅଧିକ ଲୋକ ନିହତ ହୋଇସାରିଛନ୍ତି । ଅନ୍ୟପଟେ ଜାତିସଂଘର ସୂଚନା ଅନୁସାରେ ଉତ୍ତର ଗାଜାରେ ପ୍ରାୟ ତିନି ଚତୁର୍ଥାଂଶ ଲୋକ ଖାଦ୍ୟ ସଙ୍କଟ ଦେଇ ଗତିକରୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories