କଂଗ୍ରେସରୁ ଇସ୍ତଫା ଦେଲେ ବିଶ୍ୱଭୂଷଣ ଦାସ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଆଉ ଜଣେ ଟାଣୁଆ ନେତା। ପିସିସି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ। ବିଶ୍ୱଭୂଷଣ କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ। ସେ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବ କଂଗ୍ରେସର ଉପସଭାପତି ହେବା ସହ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ।

Comments are closed.