ଗାଜା ଉପରେ ଆକ୍ରମଣ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଉଛି ଇସ୍ରାଏଲ
ନୂଆଦିଲ୍ଲୀ : ହମାସ ଓ ଇସ୍ରାଏଲ ମଧ୍ୟରେ ଅନେକ ମାସ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧକୁ ରୋକିବା ପାଇଁ ସବୁ ଦିଗରୁ ଚେଷ୍ଟା ଚାଲିଛି । ତଥାପି ଯୁଦ୍ଧ ଅଟକିବା ନାଁ ନେଉନି । ଏବେ କୁହାଯାଉଛି କି ଇସ୍ରାଏଲ ସେନା ହମାସର ଆତଙ୍କୀଙ୍କୁ ଟାର୍ଗେଟ୍ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଉଛନ୍ତି ।
ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ କୃତ୍ରିମ ବୁଦ୍ଧିମତା ଦ୍ବାରା ପ୍ରସ୍ତୁତ ଯନ୍ତ୍ରପାତି ୧୦ ପ୍ରତିଶତ ଭୁଲ୍ ମଧ୍ୟ ହୋଇପାରେ । ଏହି ମେସିନ ରବର ଷ୍ଟାମ୍ପ ଭଳି କାମ କରିଥାଏ । ପ୍ରଥମେ ଆତଙ୍କୀକୁ ଚିହ୍ନଟ କରିଥାଏ ଏବଂ ୨୦ ସେକେଣ୍ଡ ଭିତରେ ଆକ୍ରମଣ କରିଥାଏ । ଯେଭଳି ଏହା ସାଧାରଣ ନାଗରିକଙ୍କୁ କ୍ଷତି ନକରେ ସେଥିପାଇଁ ବହୁତ ପ୍ରୟାସ କରାଯାଏ । ଆତଙ୍କୀଙ୍କୁ ଚିହ୍ନଟ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ କୃତ୍ରିମ ବୁଦ୍ଧିମତା ଉପରେ ନିର୍ଭର କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।
ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ
ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗାଜାରେ ଏପର୍ଯ୍ୟନ୍ତ ୩୨,୯୧୬ ରୁ ଅଧିକ ଲୋକ ନିହତ ହୋଇସାରିଛନ୍ତି । ଅନ୍ୟପଟେ ଜାତିସଂଘର ସୂଚନା ଅନୁସାରେ ଉତ୍ତର ଗାଜାରେ ପ୍ରାୟ ତିନି ଚତୁର୍ଥାଂଶ ଲୋକ ଖାଦ୍ୟ ସଙ୍କଟ ଦେଇ ଗତିକରୁଛନ୍ତି ।
Comments are closed.