www.samajalive.in
Sunday, December 14, 2025
16.1 C
Bhubaneswar

ମୟୁରଭଞ୍ଜରୁ ଆସିଥିଲେ ଗୋରୁ ବେପାରୀ ; ଏମିତି ୧୫ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ଶୁକ୍ରବାର ବୋମାମାଡ କରି ବଡ଼ ଧରଣର ଲୁଟ ହୋଇଛି। ଗୁଳି ଚାଳନା ସହିତ ବୋମା ମାଡ଼ କରି ଲୁଟି ନେଲେ ବୋଲେରୋ ଗାଡି ଏବଂ ୧୫ ଲକ୍ଷରୁ ଅଧିକ ନଗଦ ଟଙ୍କା। ଜିରାଳ ସାପ୍ତାହିକ ହାଟକୁ ଗୋରୁ କିଣିବା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ଆସିଥିଲେ ଗୋରୁ ବେପାରୀ ।

କଂଗ୍ରେସରୁ ଇସ୍ତଫା ଦେଲେ ବିଶ୍ୱଭୂଷଣ ଦାସ

- Advertisement -

୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ପ୍ରଥମେ ଗାଡ଼ିରେ ବସିଥିବା ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଗାଡିକୁ ସିଧାସଳଖ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ ବୋଲେରୋ ଗାଡ଼ିରେ ଥିବା ଟଙ୍କା ବ୍ୟାଗ ସହ ବୋଲେରୋ ଗାଡିଟିକୁ ଲୁଟି ନେଇଥିଲେ।

ଜଳୁଛି ରାଜଧାନୀ ; ସାଢେ ୧୧ଟା ସୁଦ୍ଧା ୩୯.୮ ଡିଗ୍ରୀ

ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories