www.samajalive.in
Saturday, December 6, 2025
19.1 C
Bhubaneswar

ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ପରିମାଣ ୨୦ କୋଟି ଟଙ୍କା ଜଣାପଡିଛି। ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ କେରଳର ୱାୟନାଡ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ଦାଖଲ କରିଥିବା ସତ୍ୟପାଠରେ ନିଜର ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ରାହୁଲଙ୍କ ସ୍ଥାବର ସମ୍ପତ୍ତି ପରିମାଣ ୯.୨୪ କୋଟି ହୋଇଥିବାବେଳେ ୧୧.୧୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତେବେ ତାଙ୍କର ବାସଗୃହ କିମ୍ବା ଗାଡି ନାହିଁ ବୋଲି ରାହୁଲ ସତ୍ୟପାଠରେ ସ୍ବୀକାର କରିଛନ୍ତି। ରାହୁଲଙ୍କ ନିକଟରେ ନଗଦ ୫୫,୦୦୦ ଟଙ୍କା ଥିବାବେଳେ ବ୍ୟାଙ୍କରେ ଜମା ଆକାରରେ (ଫିକ୍ସଡ୍‌ ଡିପୋଜିଟ୍‌) ୨୬.୨୫ ଲକ୍ଷ ରହିଛି। ବଣ୍ଡ୍‌ ଓ ସେୟାର (ଅଂଶଧନ) ବାବଦରେ ୪.୩୩ କୋଟି, ମ୍ୟୁଚୁଆଲ ଫଣ୍ଡ୍‌ରେ ୩.୮୧ କୋଟି ବ୍ୟତୀତ ୧୫.୨୧ ଲକ୍ଷ ଟଙ୍କାର ଗୋଲଡ୍‌ ବଣ୍ଡ୍‌ ଏବଂ ୪.୨୦ ଲକ୍ଷ ଟଙ୍କାର ସୁନାଗହଣା ରହିଥିବା ରାହୁଲ ସତ୍ୟପାଠରେ ଦର୍ଶାଇଛନ୍ତି।

ଅସ୍ଥାବର ସମ୍ପତ୍ତି ଅନୁଯାୟୀ ଦିଲ୍ଲୀର ମେହରୋଲି ଅଞ୍ଚଳରେ ତାଙ୍କର ଏକ ଚାଷ ଜମି ରହିଛି। ଅବଶ୍ୟ ଭଉଣୀ ପ୍ରିୟଙ୍କାଙ୍କର ମଧ୍ୟ ଏଥିରେ ମାଲିକାନା ସ୍ବତ୍ବ ରହିଛି। ଗୁରୁଗ୍ରାମରେ ଥିବା ବ୍ୟାବସାୟିକ ଅଟ୍ଟାଳିକାର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ତାଙ୍କ ନାମରେ ଥିବା ମାମଲା ସମ୍ପର୍କରେ ମଧ୍ୟ ରାହୁଲ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଜଣେ ବଳାତ୍କାର ପୀଡିତାଙ୍କ ପରିବାରବର୍ଗଙ୍କ ପରିଚୟ ସାର୍ବଜନୀନ କରିଥିବାରୁ ରାହୁଲଙ୍କ ବିରୋଧରେ ପୋକ୍‌ସୋ ଆଇନ ଅନୁଯାୟୀ ମାମଲା ଦାଏର ହୋଇଥିବା ଜଣାପଡିଛି।  ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ଜଉଭୁଦ ଲଫାପାରେ ଏତଲା କପି ରଖାଯାଇଥିବାରୁ ସେ ଏ ସମ୍ପର୍କରେ ବିଶେଷ କିଛି ଜାଣିନଥିବା ରାହୁଲ କହିଛନ୍ତି। ଏହାବ୍ୟତୀତ ବିଜେପିର କେତେକ ବରିଷ୍ଠ ନେତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨୦୧୯ରେ ରାହୁଲ ୱାୟନାଡ୍‌ ଓ ଆମେଥିରୁ ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ କେବଳ ୱାୟନାଡ୍‌ରୁ ବିଜୟୀ ହୋଇଥିଲେ। ଏଥର ୱାୟନାଡ୍‌ ଆସନରେ ରାହୁଲଙ୍କ ବିରୋଧରେ ବିଜେପି କେ.ସୁରନ୍ଦ୍ରେନ ଓ ସିପିଆଇ ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories