www.samajalive.in
Sunday, December 14, 2025
15.1 C
Bhubaneswar

ତାଇୱାନ୍ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇପାରେ ଚିପ୍, ସେମିକଣ୍ଡକ୍ଟର ଯୋଗାଣ

ନୂଆଦିଲ୍ଲୀ : ତାଇୱାନ ହେଉଛି ବିଶ୍ବର ପ୍ରମୁଖ ସେମି କଣ୍ଡକ୍ଟର ନିର୍ମାତା ମିଡିଆଟେକ୍‌ ଓ ଟିଏସ୍‌ଏମସିର ଜନ୍ମସ୍ଥଳ। ବିଶ୍ବର ସର୍ବାଧିକ ସେମି କଣ୍ଡକ୍ଟର ଓ ଚିପ୍‌ ଚାହିଦା ଏହିଠାରୁ ପୂରଣ ହୋଇଥାଏ। ତେବେ ଗତ ବୁଧବାର ତାଇୱାନ୍‌ରେ ୭.୪ ତୀବ୍ରତାରେ ଭୂକମ୍ପ ଫଳରେ ବହୁ କ୍ଷୟକ୍ଷତି ହୋଇଛି। ଏହା ଫଳରେ ବିଶ୍ବରେ ସେମି କଣ୍ଡକ୍ଟର ଓ ଡିସ୍‌ପ୍ଲେ ପ୍ୟାନେଲ ଯୋଗାଣରେ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

ବିଶ୍ବର ବହୁ ବୃହତ ଟେକ୍‌ ଫାର୍ମ ତାଇୱାନ୍‌ରେ ରହିଛି। ଉଦାହରଣ ଭାବେ ତାଇୱାନ୍‌ ସେମି କଣ୍ଡକ୍ଟର ନିର୍ମାଣ କମ୍ପାନୀ (ଟିଏସ୍‌ଏମସି) ବିଶ୍ବର ସର୍ବବୃହତ୍‌ ଚିପ୍‌ ନିର୍ମାତା। ଏହି କମ୍ପାନୀ ଏନ୍‌ଭିଡିଆ ଓ ଆପଲ ପରି କମ୍ପାନୀକୁ ଚିପ୍‌ ଯୋଗାଣ କରିଥାଏ। ତାଇୱାନ୍‌ରେ ଥିବା ଅନ୍ୟ ପ୍ରମୁଖ ସେମୀ କଣ୍ଡକ୍ଟର ନିର୍ମାତା ହେଲେ ମିଡିଆଟେକ୍‌, ଫକ୍ସକୋନ୍‌ ଓ କ୍ବାଣ୍ଟା କମ୍ପ୍ୟୁଟର ପ୍ରମୁଖ। ରିପୋର୍ଟ ଅନୁଯାୟୀ ଭୂମିକମ୍ପ ଫଳରେ ଟିଭି ପ୍ୟାନେଲ୍‌ ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ। ଚିପ୍‌ ନିର୍ମାଣ ସମୟରେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଛୋଟ ଧରଣର କମ୍ପନ ମଧ୍ୟ ଚିପ୍‌ ଉପରେ ଗଭୀର ପ୍ରଭାବ ପକାଇଥାଏ ଓ ନିର୍ମାଣ ହେଉଥିବା ସମ୍ପୂର୍ଣ୍ଣ ବ୍ୟାଚ୍‌ ବ୍ୟବହାର ଅନୁପଯୋଗୀ ହୋଇପଡ଼େ। ଟିଏସ୍‌ଏମସି ପକ୍ଷରୁ କୁହାଯାଇଛି ଯେ ଏହାର ୭୦ଧ ଚିପ୍‌ ନିର୍ମାଣ ଯନ୍ତ୍ରାଂଶ କାର‌୍ୟ୍ୟକ୍ଷମ ହୋଇଛି। ଏନ୍‌ଭିଡିଆ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ସହଯୋଗୀଙ୍କୁ ଏନେଇ ସମ୍ପର୍କ କରାଯାଇଛି ଓ ଚିପ୍‌ ଉପ୍ତାଦନରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି। ତେବେ ଟିଏସ୍‌ଏମସି ଓ ସ୍ୟାମ୍‌ସଙ୍ଗ ପକ୍ଷରୁ ଆମେରିକାର ଟେକ୍ସାସ୍‌ରେ ଉପ୍ତାଦନ ଆରମ୍ଭ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଠାରେ ଭୂମିକମ୍ପ କମ୍‌ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories