www.samajalive.in
Saturday, December 13, 2025
26.1 C
Bhubaneswar

୪ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଡେସ୍କ: ୨୦୨୪ ଲୋକସଭା ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ୪ ଦିନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ରାଜ୍ୟ ସରକାରୀ କର୍ମଚାରୀ ଓ ମାଜିଷ୍ଟ୍ରେଟ ସ୍ତରୀୟ କୋର୍ଟ କର୍ମଚାରୀଙ୍କ ନିମନ୍ତେ ଭୋଟ ଦେବା ଲାଗି ଏହି ଛୁଟି ଘୋଷଣା କରାଯାଇଛି।

ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି

- Advertisement -

ସୂଚନା ଅନୁଯାୟୀ, ଯେଉଁ ପର୍ଯ୍ୟାୟରେ ଯେଉଁ ସଂସଦୀୟ କ୍ଷେତ୍ର ଓ ତାହା ଅଧିନସ୍ତ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ, ତାହା ଅଧୀନରେ ଥିବା ଅଂଚଳଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମେ’ ୧୩ରେ ଭୋଟ ଗ୍ରହଣ ହେବାକୁ ଥିବା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମେ’ ୨୦ରେ ଭୋଟ ଗ୍ରହଣ ହେବାକୁ ଥିବା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା, ତୃତୀୟ ପର୍ଯ୍ୟାୟରେ ମେ’ ୨୫ରେ ଭୋଟ ଗ୍ରହଣ ହେବାକୁ ଥିବା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଓ ଜୁନ ୧ରେ ଭୋଟ ଗ୍ରହଣ ହେବାକୁ ଥିବା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ପାଇଁ ଛୁଟି ଘୋଷଣା କରାଯାଇଛି।

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories