www.samajalive.in
Saturday, December 6, 2025
17.1 C
Bhubaneswar

ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି

ଇସଲାମାବାଦ: ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ଜଣ ବିଚାରପତିଙ୍କ ନିକଟକୁ ଡାକ ଯୋଗେ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ ବିଷାକ୍ତ ପଦାର୍ଥ ରହିଥିବା ଆଶଙ୍କା କରାଯାଉଛି। ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆମେର ଫାରୁକଙ୍କ ସହ ମୋଟ ୮ଜଣ ବିଚାରପତିଙ୍କ ନିକଟକୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଛି। ୨ଜଣ ବିଚାରପତିଙ୍କ ନିକଟ​ରେ କାମ କରୁଥିବା ବ୍ୟକ୍ତି ଚିଠି ଖୋଲିବା ପରେ ସେଥିରେ ପାଉଡର ଭଳି ପଦାର୍ଥ ଥିବା ଦେଖିବାକୁ ମିଳିଛି। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିମାନଙ୍କ ଆଖି ପୋଡ଼ିଥିଲା। ଏହି ଚିଠିଗୁଡ଼ିକୁ ଜଣେ ମହିଳା ଲେଖିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯିବା ସହ ଚିଠିଗୁଡ଼ିକୁ ଆତଙ୍କବାଦ ନିରୋଧ ବିଭାଗକୁ ପଠାଇ ଦିଆଯାଇଛି।

ସୂଚନାଥାଉ କି ବିଚାର ପ୍ରକ୍ରିୟାରେ ପାକିସ୍ତାନ ଗୁଇନ୍ଦା ବିଭାଗ ହସ୍ତକ୍ଷେପ କରୁଥିବା ଦର୍ଶାଇ ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୬ଜଣ ବିଚାରପତି ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିିଛି। ଉଚ୍ଚ ନ୍ୟାୟାଳୟର ୬ଜଣ ବିଚାପତି ଲେଖିଥିବା ପତ୍ର ସମ୍ପର୍କରେ ତଦନ୍ତ କରାଯିବ ବୋଲି ପ୍ରଧାନ ବିଚାରପତି ଘୋଷଣା କରି ସାରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories