www.samajalive.in
Friday, November 14, 2025
25.1 C
Bhubaneswar

ଜାଣନ୍ତୁ.. କେଉଁ ଘଟଣା ଦିଏ ଶୁଭ ଓ ଅଶୁଭ ସଙ୍କେତ..

ଜୀବନରେ ଘଟୁଥିବା କିଛି ଘଟଣା ଅନେକ ସଙ୍କେତ ଦେଇଥାଏ। ତେବେ ଏଭଳି କିଛି ସଙ୍କେତ ରହିଛି, ଯାହାକୁ ଦେଖିବା ଦ୍ୱାରା ଶୁଭଫଳ ସହ ଧନ ପ୍ରାପ୍ତି, କାର୍ଯ୍ୟରେ ସଫଳତା ମିଳିବାର ସଙ୍କେତ ଦେଇଥାଏ। ସେଭଳି ଆଉ ଏପରି କିଛି ଘଟଣା ରହିଛି, ଯାହା ଅଶୁଭ ହେବାର ସଙ୍କେତ ଦେଇଥାଏ। ତେବେ ଏଭଳି କିଛି ସ୍ୱତନ୍ତ୍ର ଘଟଣା ବିଷୟରେ ଜାଣନ୍ତୁ,ଯାହା ଘଟିବା ଦ୍ୱାରା ଜୀବନରେ ଶୁଭ ଦିନ ଆସିବାର ସଙ୍କେତ ଦେଇଥାଏ। ରାସ୍ତାରୁ ବଟମ ମିଳିବା ଦ୍ୱାରା ନୂତନ ସମ୍ପର୍କ ଆରମ୍ଭ ହେବାର ସଙ୍କେତ ଦେଇଥାଏ।

ଘରୁ ବାହାରକୁ ଯିବା ସମୟରେ ମାଛ କିମ୍ବା ପାନ ପତ୍ର ଦେଖିବା ଯାତ୍ରାରେ ସଫଳତା ମିଳିବାର ସଙ୍କେତ ଦେଇଥାଏ। ଏହି ସଙ୍କେତ ଖୁବ ଶୁଭ ବୋଲି କୁହାଯାଏ।

- Advertisement -

କୌଣସି କାର୍ଯ୍ୟ କରିବା ସମୟରେ ଘଣ୍ଟି କିମ୍ବା ଶଙ୍ଖ ଧ୍ୱନି ଶୁଣାଗଲେ ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ବଡ ସଫଳତା ମିଳିବ। ହଠାତ୍‌‌ ଧନ ଲାଭ ହେବ।

ଘରେ ହଠାତ୍‌‌ ଦର୍ପଣ ଭାଙ୍ଗିବା କିମ୍ବା କୌଣସି କାଚ ଭାଙ୍ଗିବା ଅଶୁଭ ବୋଲି କୁହାଯାଏ।

ଯେକୌଣସି ଯାତ୍ରାରେ ଯିବା ପୂର୍ବରୁ ଖାଲି ପାତ୍ର ଦେଖିବା କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସଙ୍କେତ ଦେଇଥାଏ।

କୁହାଯାଏ ରାସ୍ତାରେ ଟଙ୍କା ପଡିଥିବା ଅବସ୍ଥାରେ ମିଳିଲେ, ସେହି ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏମାନଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇ ଜୀବନରେ ଖୁସି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

କୌଣସି ବ୍ୟକ୍ତିଙ୍କୁ କାମରୁ ଘରକୁ ଫେରିବା ବାଟରେ ରାସ୍ତାରେ ଟଙ୍କା ମିଳିଲେ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବେ। ନୂତନ ଯାନ କିଣିବାର ମଧ୍ୟ ଅଧିକ ସମ୍ଭାବନା ଥାଏ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories