BJD Bijuli 480×75 Mob

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

BJD Bijuli 480×75 Mob

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ସହରର ହେମମାଳପୁର (ତାଳଖମା) ଗ୍ରାମର ଦିବାକର ଜେନାଙ୍କ ପୁଅ ବ୍ରହ୍ମାନନ୍ଦ ଜେନା (୪୨) ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଭାଇ ବିଷ୍ଣୁ ଚରଣ ଜେନା। ଘଟଣାରୁ ପ୍ରକାଶ ଯେ ରାତିରେ ବ୍ରହ୍ମା ଖାଇପିଇ ଶୋଇଥିବା ବେଳେ ହଠାତ ରାତି ୧୧.୩୦ ସମୟରେ ତାଙ୍କ ପେଟ ଫୁଲିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ପତ୍ନୀ ମଧୁସ୍ମିତା ତାଙ୍କୁ ଆଠଗଡ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣାପଡିଥିଲା ତାଙ୍କ ବାମ ଗୋଡ଼ ପାଦରେ ସର୍ପାଘାତ କରିଥିବା କ୍ଷତ ଦେଖିବାକୁ ମିଳିଥିଲା । ମୃତଦେହ ବ୍ୟବଚ୍ଛ୍ୟେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ଆଠଗଡ଼ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

Comments are closed.