www.samajalive.in
Saturday, December 6, 2025
15.1 C
Bhubaneswar

ନାବାଳିକା ଅପହରଣ ଘଟଣାର ଅଭିଯୁକ୍ତ ଗିରଫ

ଆଠଗଡ : ଏକ ନାବାଳିକା ଅପହରଣ ଘଟଣାର ଅଭିଯୁକ୍ତକୁ ଗିରଫ କରି ଆଠଗଡ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ରଘୁନାଥପୁର ଗ୍ରାମର ଜନୈକ ନାବାଳିକା ଫେବୃଆରୀ ମାସ ୨ ତାରିଖରେ ଘରୁ କେଉଁ ଆଡେ ଚାଲି ଯାଇଥିଲା। ଘଟଣା ସମ୍ପର୍କରେ ନାବାଳିକାର ବାପା ଆଠଗଡ ଥାନାରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଆଠଗଡ ପୁଲିସ ଏତଲା ଆଧାରରେ ମାମଲା ପଞ୍ଜିକୃତ କରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହେଇଥିଲା । ଅଭିଯୁକ୍ତ ଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ନନାଭପୁରର ବାହୁଡା ଦେହୁରୀ(୨୪) । ସୋମବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories