www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ନାଲକୋର ନୂଆ ରେକର୍ଡ

ସର୍ବକାଳିନ ସର୍ବାଧିକ ବକ୍ସାଇଟ ଓ ଆଲୁମିନିୟମ୍ ଉତ୍ପାଦିତ

ପ୍ରଦର୍ଶନ ମୁଖ୍ୟାଂଶ:

- Advertisement -
  • ସର୍ବକାଳିନସର୍ବାଧିକ୪,୬୩,୪୨୮ମେଟ୍ରିକଟନ୍ କାଷ୍ଟ ଧାତୁ ଉତ୍ପାଦିତ
  • ସର୍ବକାଳିନସର୍ବାଧିକ୪,୭୦,୧୦୮ମେଟ୍ରିକଟନ୍ ଧାତୁ ବିକ୍ରୟ
  • ସର୍ବକାଳିନସର୍ବାଧିକ୭୬,୦୦,୨୩୦ମେଟ୍ରିକଟନ୍ ବକ୍ସାଇଟ ଉତ୍ତୋଳନ
  • ଉତ୍କଳଡିକୋଇଲା ଖଣି କାର୍ୟ୍ୟକ୍ଷମ ଏବଂ ସର୍ବାଧିକ ମୂଲ୍ୟାୟନ କ୍ଷମତା ସହ୨ ମିଲିଅନ ଟନ କୋଇଲା ଉତ୍ତୋଳନ

ଭୁବନେଶ୍ଵର:ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନ ଓ ରପ୍ତାନିକାରୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ବର୍ଷ ୨୦୨୩-୨୪ ରେ ଉତ୍ପାଦନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି।
କମ୍ପାନୀ ସର୍ବକାଳିନ ସର୍ବାଧିକ ୪,୬୩,୪୨୮ମେଟ୍ରିକ ଟନର କାଷ୍ଟ ଧାତୁ ଉତ୍ପାଦନ କରିଥିବାବେଳେ, ବିଗତ ସମସ୍ତ ରେକର୍ଡକୁ ଅତିକ୍ରମ କରି ସର୍ବକାଳିନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ୍ର ବକ୍ସାଇଟ ଉତ୍ତୋଳନ ସହ ୪,୭୦,୧୦୮ମେଟ୍ରିକଟନ୍ଧାତୁ ବିକ୍ରୟ କରିଛି। ଆର୍ଥିକ ବର୍ଷ ୨୦୨୩-୨୪ ରେ ମଧ୍ୟ କମ୍ପାନୀର ନୂତନ ଆଲୁମିନିୟମ୍ ଆଲୟ ଇଙ୍ଗଟ (ଏ.ଏଲ. ୫୯)ଏହାର ଉତ୍ପାଦଶ୍ରେଣୀରେ ଯୋଡ଼ି ହୋଇଛି। ବାର୍ଷିକ ଧାର୍ଯ୍ୟ ଲକ୍ଷଠାରୁ ଉର୍ଦ୍ଧ୍ୱ(୧୦୧.୧୫%) କ୍ଷମତା ଉପଯୋଗ ସହ ନାଲକୋର ଆଲୁମିନା ରିଫାଇନେରୀ୨୧,୨୪,୦୦୦ମେଟ୍ରିକଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରିଥିବାବେଳେ, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୭୧୯୩.୬୨ମିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ଷ ୨୦୨୩-୨୪ ରେ ଉତ୍କଳ ଡି କୋଇଲା ଖଣି କାର୍ଯ୍ୟକ୍ଷମ ହେବା ସହ୨ମିଲିଅନଟନ୍ କୋଇଲା ଉତ୍ତୋଳନ କରାଯାଇଛି ଯାହାକି ଏହି ଖଣିର ସର୍ବାଧିକ ମୂଲ୍ୟାୟନ କ୍ଷମତା ଅଟେ।
ଏହି ଅବସରରେ ନାଲକୋ, ସିଏମଡି ଶ୍ରୀଧର ପାତ୍ର କହିଛନ୍ତି ଯେ,ବିଗତ ବର୍ଷମାନଙ୍କରେ ହୋଇଥିବା ପ୍ରଦର୍ଶନ ଅପେକ୍ଷା କମ୍ପାନୀ ସର୍ବଦା ଭଲ କରିବାକୁ ଚେଷ୍ଟା କରିଛି। ଚଳିତ ବର୍ଷର ଉଲ୍ଲେଖନୀୟସଫଳତା ନିମନ୍ତେ ସେ ନାଲକୋ ସମୁଦାୟ ଏବଂ ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କର୍ମଚାରୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ହିତାଧିକାରୀମାନଙ୍କ ସହଯୋଗକୁ ପ୍ରଶଂସାକରିବା ସହ ସେ କହିଛନ୍ତି ଯେ, ବିଗତ ଚାରିବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ,ବ୍ୟାକୱାର୍ଡ଼ ଇଣ୍ଟିଗ୍ରେସନ,ସୁନିଶ୍ଚିତ ଶକ୍ତିଏବଂକଞ୍ଚାମାଲଉପଲବ୍ଧତା ଭଳି ଅନେକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories