mission shakti banner

ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

BSKY banner  750×100

ପାଟଣା :କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ନିକଟରେ ଭଡ଼ାଘରେ ରହୁଥିବା ସୁଶାନ୍ତ କୁମାର ସାହୁଙ୍କ ରୋଷେଇ ଘରେ ମଙ୍ଗଳବାର କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା।‌ ଘର ଭିତରେ ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ, ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନିଆଁ ଲାଗି ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଘଟଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଘଟଗାଁ ଅଗ୍ନିଶମ କେନ୍ଦ୍ରାଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଆଗ୍ନିକ ଜ୍ବତିସ ଚନ୍ଦ୍ର ମୁଦୁଲି, ରଞ୍ଜନ କୁମାର ଚିନାରା ଓ ରମେଶ ଚନ୍ଦ୍ର ମାରାଣ୍ଡି ପହଞ୍ଚି ମେକାନିକାଲ ଫୋମ୍ ବ୍ୟବହାର କରି ନିଆଁକୁ ଆୟତ କରିଥିଲେ। ତେବେ ସଠିକ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବାରୁ ଏକ ବଡ ଦୁର୍ଘଟଣାରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି।

Comments are closed.