www.samajalive.in
Friday, December 12, 2025
14.1 C
Bhubaneswar

୨୦୩୬ ମସିହା ସୁଦ୍ଧା ଓଡିଶା ଦେଶର ବିକାଶର ଶୀର୍ଷ  ସ୍ଥାନରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି 

ସୁଆଣ୍ଡୋ : ଉତ୍କଳ ଦିବସରେ ପୁଣାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହିତ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା, ପଞ୍ଚାୟତ ସିମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ରାମଚନ୍ଦ୍ର ମହାନ୍ତି, ପ୍ରହଲାଦ ଘଟୁଆରୀ, ବିକ୍ରମ ଜେନା, ସରପଞ୍ଚ ଦୁଶାସନ ପ୍ରଧାନ, ଧ୍ରୁବ ଚରଣ ଦାଶ, ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଦୀର୍ଘ ଦିନର ଲଢେଇ ପରେ ସମଗ୍ର ଦେଶରେ ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଓଡିଶା ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା। ପଣ୍ଡିତ ଗୋପବନ୍ଧୁ ଓ ମଧୁବାବୁଙ୍କ  ଉଦ୍ୟମ ସଫଳ ହୋଇଥିଲା। ଯାହାକୁ ଦେଖିବାକୁ ଉଭୟ ମହାପୁରୁଷ ଜୀବଦ୍ଦଶାରେ ରହିନଥିଲେ। ଆଗାମୀ ୨୦୩୬ ମସିହା ସୁଦ୍ଧା ଓଡିଶା ଦେଶର ବିକାଶର ଶୀର୍ଷ  ସ୍ଥାନରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି  ।  ଏହି ମହାନ ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିବାକୁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ।

- Advertisement -

ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ଷଠିଘରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ। ସୁଆଣ୍ଡୋ ଗ୍ରାମ ମୁଣ୍ଡରୁ ମିଶନଶକ୍ତି ମହିଳା ଗୋଷ୍ଠୀ, ବିଜେଡି କର୍ମି ହୁଳହୁଳି ଶଙ୍ଖ ବାଦନ କରି କାର୍ତ୍ତିକ ପାଣ୍ଡିଆନଙ୍କୁ ପାଛୋଟି ଆଣିଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ୫ଟି ଅଧ୍ୟକ୍ଷ ଘୋଷଣା କରିଥିଲେ

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories