www.samajalive.in
Sunday, December 14, 2025
19.1 C
Bhubaneswar

ସଶକ୍ତ ହେବେ ବଞ୍ଜରା ସମାଜର ମହିଳା    

ଲଡୁଗାଁ/ଜୟପାଟଣା: ତୃଣମୂଳସ୍ତରରେ ସମାଜର ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ ହୋଇଛି। ମହିଳା ସଶକ୍ତିକରଣ ଉପରେ ବଞ୍ଜରା ସମାଜ ଗୁରୁତ୍ୱ ଦେଇଛି। ଯାହାକୁ ସମାଜ ସଫଳତାର ସହ ଆଗକୁ ଆଗକୁ ନେଇ ଚାଲିଛି । ଜୟପାଟଣା ବ୍ଲକ ବଡ ପୁଝାରୀଗୁଡ଼ା ଠାରେ ବଂଜରା ସମାଜର ମହିଳାମାନଙ୍କୁ   ନେଇ  ଶ୍ରୀମତୀ ଯୁବା ନାଏକ ଙ୍କ ସଭାପତିତ୍ୱରେ ଏକ ମହିଳା ସଶକ୍ତିକରଣ ସଭା  ଅନୁଷ୍ଟିତ ହୋଇ ଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ  ରାଜ୍ୟ ବଞ୍ଜରା ସେବାସଂଘ ର ସଭାପତି  ତୁଳାରାମ ନାଏକ, ରାଜ୍ୟସ୍ତରୀୟ  ଉପଦେଷ୍ଟା କମିଟି ରୁ କିଶୋର ନାଏକ, କଳାହାଣ୍ଡି ବଞ୍ଜରା ସେବା ସଂଘର ସଂପାଦକ  ବୁଦ୍ଧିରାମ ନାଏକ,  ଉପଦେଷ୍ଟା କମିଟିର ସଭାପତି ଜୟଲାଲ ନାଏକ, ଆଶାରାମ ନାଏକ, ଅମର ସିଂ  ନାଏକ,ତୁଳସୀ ନାଏକ, ଭଜରାଜ ନାଏକ,ଦିନମଣି ନାଏକ ,ଅନିଲ ନାଏକ, ଦିଲିପ ନାଏକ, ଟଙ୍କ ନାଏକ ,ସତ୍ୟ ନାଏକ,,ନାରୀ ସେବାସଂଘ ସମ୍ପାଦିକା ସୁମିତ୍ରା ନାଏକ, କୋଷାଧ୍ୟକ୍ଷ କୌଶଲ୍ୟା ନାଏକ ପ୍ରମୁଖ ଅତିଥି ଭାବେ ଯୋଗ   ଦେଇ  ନାରୀ ସଶକ୍ତିକରଣ ,  ଶିକ୍ଷା  ସ୍ବାସ୍ଥ୍ୟ, ପରିବେଶ,ଓ ସମାଜର ରୀତିନୀତି , ଚାଲିଚଳନ  ଉପରେ ଆଲେଚାନ କରାଯାଇଥିଲା । ଏହି ଅବସରରେ ବଡ଼ ପୂଝାରୀଗୁଡା ରେ ଏକ ନୂତନ ଗ୍ରାମ୍ୟ ମହିଳା ମଣ୍ଡଳ   ଗଠନ ହୋଇଥିଲା।
ବବିତା ନାଏକଙ୍କୁ ସଭାନେତ୍ରୀ ,ଦମୟନ୍ତୀ ନାଏକ ଙ୍କୁ ସମ୍ପାଦିକା ଭାବେ,  ପ୍ରଭାସିନି ନାଏକଙ୍କୁ କୋଷାଧ୍ୟକ୍ଷ, ମିନାକ୍ଷୀ ନାଏକଙ୍କୁ ସହ ସମ୍ପାଦିକା, ମଞ୍ଜୁଲତା ନାଏକ ଙ୍କୁ ଉପ ସଭାନେତ୍ରୀ  ଭାବେ ମନୋନୀତ କରଯାଇଥିଲା। ମଞ୍ଚ ପରିଚାଳନା  ବୁଦ୍ଧି ରାମ ନାଏକ  କରିଥିବା ବେଳେ ଅଞ୍ଚଳ ରୁ ପ୍ରାୟ ୩ ଶହରୁ  ଉର୍ଦ୍ଧ ମହିଳା ସଭାରେ ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories