ଏହି କମ୍ପାନୀରୁ ସରକାରଙ୍କୁ ମିଳିଲା ୫୫୪ କୋଟି ଟଙ୍କାର ଲାଭାଂଶ
ନୂଆଦିଲ୍ଲୀ : ସାର୍ବଜନିନ କ୍ଷେତ୍ରର କମ୍ପାନୀ ପାଓ୍ବର ଫାଇନାନ୍ସ କର୍ପୋରେସନ ଲିମିଟେଡ୍(ପିଏଫସି)ଠୁ କେନ୍ଦ୍ର ସରକାରଙ୍କୁ ଲାଭାଂଶ ରୂପେ ପ୍ରାୟ ୫୫୪ କୋଟି ଟଙ୍କା ମିଳିଛି । ଅର୍ଥମନ୍ତ୍ରାଳୟର ନିବେଶ ଏବଂ ଲୋକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ତୁହିନ କାନ୍ତ ପାଣ୍ଡେୟ ସୋମବାର ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି । ପାଓ୍ବର ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରାଳୟର ଏକ ଅଂଶ ବା ସାର୍ବଜନିକ କ୍ଷେତ୍ରର କମ୍ପାନୀ । ଏହାକୁ ୧୯୮୬ ମସିହାରେ ସ୍ଥାପନ କରାଯାଇଥିଲା । ଏହା ବ୍ୟତୀତ ପିଏଫସି ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଅଲ୍ଟ୍ରା ମେଗା ପାଓ୍ବର ପ୍ଲାଣ୍ଟ(ୟୁଏମପିପି) ପାଇଁ ମୁଖ୍ୟ ଭୂମିକା ତୁଲାଉଛି ।
Comments are closed.