www.samajalive.in
Saturday, December 13, 2025
21.1 C
Bhubaneswar

କିଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗର୍ରାଖାଇରେ ରହୁଥିବା ଜଣେ ଯୁବକ କିଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିଟନାଶକ ଔଷଧ ପିଇ ଗୁରୁତର ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ସୌକିଲାଲ ମନ୍ଦୋଦରୀ(୨୭)। ତାଙ୍କ ମୂଳ ଗାଁ ପଲସଦା ଗ୍ରାମର ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ଭଉଁରଖୋଲ ବାବାପଡ଼ାସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ ବୋଲି ଜଣାପିଡ଼ିଛି ।

ସୂଚନାରୁ ପ୍ରକାଶ, ଗତ କିଛି ମାସ ହେବ ମୃତ ସୌକିଲାଲ ସ୍ଥାନୀୟ ଗର୍ରାଖାଇଠାରେ ରହି ବେଲପାହାଡ଼ର ଜଣେ ତହସିଲଦାରଙ୍କ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ସନ୍ଧ୍ୟାରେ ସୌକିଲାଲ କୌଣସି କଥାକୁ ନେଇ ଏକ କିଟନାଶକ ଔଷଧ ପିଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗସାଥୀମାନଙ୍କୁ ସୌକିଲାଲ ଫୋନ ଯୋଗେ ସୂଚନା ମଧ୍ୟ ଦେଇଥିଲେ । ଏଥିସହିତ ତାଙ୍କ ଭାଉଜଙ୍କୁ ଫୋନ କରି ମତେ ଜ୍ୱର ହେଉଥିବାରୁ ମୋର ଦେହ ଭଲ ନାହିଁ ବୋଲି ପ୍ରକାଶ କରିଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ତୁରନ୍ତ ବେଲପାହାଡ଼ ସ୍ଥିତ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ନିଆଯାଇଥିଲା । ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ସୌକିଲାଲଙ୍କ ଚିକିତ୍ସାଧିନ ଅବସ୍ଥାରେ ଶୋଚନୀୟ ମୃତ୍ୟୁ ଘଟିଥିବା ପ୍ରକାଶ । ତେବେ ସୌକିଲାଲ କିଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏନେଇ ତାଙ୍କ ବଡ଼ଭାଇ ମନବୋଧ ମନ୍ଦୋଦରୀ ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ କେସ ନମ୍ବର ୧୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସହିତ ମୃତ ସୌକିଲାଲର ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories