www.samajalive.in
Thursday, December 11, 2025
15.1 C
Bhubaneswar

୪୦ ଟଙ୍କାରେ ମିଳୁଛି ବ୍ୟାଙ୍କ ତଥ୍ୟ ; ଜାଣନ୍ତୁ କେତେ ସୁରକ୍ଷିତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ : ଇଣ୍ଟରନେଟ ବହୁଳ ବ୍ୟବହାର ଦିନକୁ ଦିନ ବିପଦ ପାଲଟୁଛି। ଆପଣମାନେ ବିଭିନ୍ନ ଆପସ୍‍ ଓ ୱେବସାଇଟରେ ନିଜର ସମସ୍ତ ତଥ୍ୟ ଦେଉଛନ୍ତି, ଯାହାକୁ ଇଣ୍ଟରନେଟ ହ୍ୟାକର ମାତ୍ର ୪୦ଟଙ୍କାରେ କିଣି ଦେଉଛନ୍ତି। ଯାହାଦ୍ୱାରା ଆପଣଙ୍କ ବ୍ୟାଙ୍କ, ବ୍ୟକ୍ତିଗତ ତଥ୍ୟ ଭଳି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସେମାନଙ୍କ ହାତକୁ ଚାଲିଯାଉଛି।
ଏହି ଆପ ମାନଙ୍କରେ ତଥ୍ୟ ଦେବା ବିପଦ
ଇଣ୍ଟରନେଟରେ ବହୁ ଦାମୀ କମ୍ପାନୀ ଆପସ୍‍ ମାନଙ୍କରେ ନିଜର ତଥ୍ୟ ଦେବା ବିପଦର ସମ୍ମୁଖିନ ହେବା ସହ ସମାନ। କାସପରସ୍କାଏ ଲ୍ୟାବ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଉବେର, ନେଟପ୍ଲିକ୍ସ, ସ୍ପୋଟିଫାଇ ଭଳି ଲୋକପ୍ରିୟ କମ୍ପାନୀ, ଗେମ ଆପ୍‍, ଅଶ୍ଳିଳ ଭିଡିଓ ଦିଆଯାଉଥିବା ଆପ ମାନଙ୍କରୁ ସହଜରେ ଆପଣଙ୍କ ତଥ୍ୟ ହ୍ୟାକର ମାନେ ପାଇଯାଉଛନ୍ତି। ଯାହାର ସୂଚନା ଆପଣ ମଧ୍ୟ ଜାଣିପାରିବେ ନାହିଁ।
ବହୁ କମ ମୁଲ୍ୟରେ ତଥ୍ୟ ବିକ୍ରି
ମାତ୍ର ୪୦ ଟଙ୍କାରେ ହ୍ୟାକର ଆପଣଙ୍କ ଫଟୋ, କଣ୍ଟାକ୍ଟ ଓ ମେସେଜ ନେଇଯାଉଛି। ସେହିପରି ଅଶ୍ଳୀଳ ଭିଡିଓ ମାନଙ୍କ ପାଇଁ ୯୦୦ ଡଲାର ଦିଆଯାଉଛି। ଏହି ସମସ୍ତ କିଣାବିକା କ୍ରିପ୍ଟୋ କରେନ୍ସି ଦ୍ୱାରା ହୋଇଥାଏ। ମୋବାଇଲରେ ଡାଉନଲୋଡ କରାଯାଉଥିବା ଆପ ଗୁଡିକ ଦ୍ୱାରା ସାଇବର କ୍ରାଇମ ବଢୁଥିବା କୁହାଯାଉଛି।
ତୃତୀୟ ପକ୍ଷ ସହ ସେୟାର ହୋଇଥାଏ
ଆପ ଡେଭଲପର ଅନୁ ଗୁପ୍ତାଙ୍କ କହିବା ଅନୁସାରେ ସର୍ଭରରେ ଯେଉଁ ଡାଟା ରହିଥାଏ ତାକୁ ତୃତୀୟ ପକ୍ଷ ସହ କମ୍ପାନୀ ମାନଙ୍କ ସହ ସେୟାର କରାଯାଏ। ଅନ୍ୟ ଏକ ରିପୋର୍ଟ ଅନୁସାରେ ଗୁଗୁଲ ପ୍ଲେ ଷ୍ଟୋରରେ ୭ଟି ବ୍ୟାଙ୍କ ଆପ ରହିଛି ଯେଉଁଗୁଡିକ ହ୍ୟାକର ମାନଙ୍କ ତଥ୍ୟ ଚୋରି କରୁଛନ୍ତି। ଯେଉଁ ବ୍ୟାଙ୍କ ଆପ ଗୁଡିକ କଥା କୁହାଯାଉଛି ସେଥିରେ ଏସବିଆଇ, ଆଇସିସିଆଇ, ଏକ୍ସିସ୍‍ ବ୍ୟାଙ୍କ, ସିଟି ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ପ୍ରମୁଖ ବ୍ୟାଙ୍କ ରହିଛି। ରିପୋର୍ଟ ଅନୁସାରେ ଏହି ବ୍ୟାଙ୍କ ଆପରୁ ହ୍ୟାକର ଡେଭିଡ ଓ କ୍ରେଡିଟ କାର୍ଡର ସମସ୍ତ ତଥ୍ୟ ନେଉଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories