www.samajalive.in
Saturday, December 6, 2025
26.1 C
Bhubaneswar

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସହିତ ଚାଲାଣକାରୀ ଅଟକ, ଦଣ୍ଡ ଶୂନ

କଳାପଥର(ବାଙ୍କୀ): ବାଙ୍କୀ ଓ ବୈଦେଶ୍ୱର ଥାନା ଅଞ୍ଚଳ ଦେଇ ବାରମ୍ବାର ଗୋରୁ ଚାଲାଣ ହେଉଥିବାବେଳେ ସ୍ଥାନୀୟ ବୈଦେଶ୍ୱର ପୁଲିସ ଚଳିତ ମାର୍ଚ୍ଚ ମାସରେ ୩ ଗୋଟି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି। ଏଥି ସହିତ ଗୋରୁ ଚାଲାଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଙ୍କୀ ଅଞ୍ଚଳ ଦେଇ ତିଗିରିଆ ଥାନା ପଙ୍କାଳକୁ ଏହି ଗୋରୁ ଚାଲାଣ କରାଯାଉଥିବା ପୁଲିସକୁ ସୂଚନା ମିଳିଛି। ସେଠାରେ ବେନିୟମ ଭାବରେ ଚାଲିଥିବା ଏକ କଂସେଇଖାନା ବିଷୟରେ ପୁଲିସ ଜାଣିବାକୁ ପାଇଛି। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ କୁସପଲ୍ଲାଠାରୁ ଗୋ ଚାଲାଣ ହେଉଥିବା ମଧ୍ୟ ଜଣାପଡିଛି। ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ଉଦ୍ୟମ କରାଯିବ ବୋଲି ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ସେଠୀ କହିଛନ୍ତି।

ଚଳିତ ମାର୍ଚ୍ଚ ମାସ ୨୦ ତାରିଖରେ ଗୋଟିଏ ପିକ୍‌ଅପ୍ ଗାଡ଼ିରେ ୨୨ ଗୋଟି ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ଚଢାଉ କରି ଗାଡି ସହିତ ଗୋ ଚାଲାଣରେ ସଂପୃକ୍ତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଶନିବାର ସନ୍ଧ୍ୟା ସମୟରେ କୁସପଲ୍ଲାରୁ ଟି-ବ୍ରିଜ ବାଟଦେଇ ପଙ୍କାଳ ଚାଲାଣ ହେଉଥିବା ୭ ଗୋଟି ଗୋରୁ ସହିତ ୨ଟି ଷଣ୍ଢକୁ ଉଦ୍ଧାର କରିଥିଲା ବେଳେ ଗୋ ଚାଲାଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇପାରିନଥିଲା ପୁଲିସ। ପୁନଶ୍ଚ ରବିବାର ଏକ ପିକଅପ୍ ଗାଡ଼ିରେ ୧୨ ଗୋଟି ଗୋରୁ ସହିତ ୨ଟି ଷଣ୍ଢ ତିଗିରିଆ ପଙ୍କାଳ ଚାଲାଣ ହେଉଥିବାବେଳେ ସ୍ଥାନୀୟ ବୈଦେଶ୍ୱର ପୁଲିସ ସେକ୍ ରଜାକ୍, ସୁବ୍ରତ ରଣା, ଶ୍ରବଣ ମଲିକ ଟି-ସେତୁ ନିକଟରେ ରହି ଗାଡ଼ି ସହିତ ଗୋ ଚାଲାଣରେ ସଂପୃକ୍ତ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ କୁସପଲ୍ଲା ମୁସଲମାନ ସାହିର ସେକ୍ ସମସୁର୍, ସେକ୍ ସୟଦ୍, ସନ୍ତୋଷ ରଣା। ସେହିପରି ବୈଦେଶ୍ୱର ଥାନା କଢ଼ାମଲ୍ଲ ଗ୍ରାମର ରବିନ୍ଦ୍ର ନାୟକ ଓ ତାର ପୁଅ ସୁଧୀର ନାୟକ। ଏମାନେ ଜଣାଶୁଣା ଗୋ ଚାଲାଣକାରୀ ବୋଲି କୁହାଯାଉଛି। ଜବତ ହୋଇଥିବା ଗୋରୁଗୁଡ଼ିକୁ ପୁଲିସ ଥାନା ପରିସରରେ ରଖି ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରୁଛି। ଆସନ୍ତାକାଲି ଜବତ ଗୋରୁଗୁଡ଼ିକ ଗୋଶାଳାକୁ ସ୍ଥାନାନ୍ତରିତ କରାଯିବ। ଗିରଫ ହୋଇଥିବା ଏହି ଗୋ ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ଗତ ୨୦ ତାରିଖ ଘଟଣାରେ ସଂପୃକ୍ତ ବୋଲି କୁହାଯାଉଥିବାବେଳେ ସେମାନେ ଗତକାଲି କୋର୍ଟରୁ ଜାମିନରେ ଆସିଥିଲେ। ଆଜି ପୁନଶ୍ଚ ଧରାପଡ଼ିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories