www.samajalive.in
Sunday, December 14, 2025
14.1 C
Bhubaneswar

ଜେଲରୁ ଫେରାର କଏଦୀ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ଉପକାରାଗାରରୁ ଫେରାର କଏଦୀ ସୁମିତ ବେହେରା ଗିରଫ ହୋଇଛି। ଗତ ୯ ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇ ଯାଇଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଘଟଣା ନେଇ ଜେଲ ଡିଆଇଜି କୁଳମଣି ବେହେରା ତଦନ୍ତ ସହ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ। କଏଦୀ ଫେରାର ହେବା ପଛରେ ଅଧିକ୍ଷକଙ୍କ ଭୂମିମା ନେଇ ଡିଆଇଜି ସନ୍ଦେହ ପ୍ରକାଶ କରିଥିଲେ। ଉଭୟ କଏଦୀ ଜେଲ ପାଚେରୀ ବାହାରେ ଥିବା ଜେଲ ଅଧିକ୍ଷକଙ୍କ ଘରେ କାମ କରୁଥିବା ତଥା ବାହାରେ ସର୍ବ ସାଧାରଣ ସ୍ଥାନରେ ଜେଲ କର୍ମଚାରୀଙ୍କ ସହ ଭୋଜି ଭାତରେ ସାମିଲ ହୋଇଥିବା ଆଲୋଚନା ହେଉଥିଲା। ସୁମିତ ଜଣେ ଶିଶୁକୁ ହତ୍ୟା ଏବଂ ଏବଂ ଶୋଭାବନ ଦୁଇ ଜଣ ଶିଶୁଙ୍କୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା। ବର୍ତ୍ତମାନ ଟିଟିଲାଗଡ଼ ପୁଲିସ ଜଣେ ଅଭିଯୁକ୍ତ ସୁମିତକୁ ଗିରଫ କରି ସିନ ରିକ୍ରିଏସନ ପାଇଁ ପୁଲିସ ଏସଡ଼ିପିଓ ଅଙ୍କିତା କୁମ୍ଭୀର, ଆଇଆଇସି ଅବନୀ ସାହୁ ପୁଲିସ ବଳ ସହିତ ଉପକାରାଗାରକୁ ଆଣିଛନ୍ତି। ପରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦିଆଯିବ ବୋଲି ଆଇଆଇସି କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories