www.samajalive.in
Tuesday, December 9, 2025
16.1 C
Bhubaneswar

ଗୁଣ ଜାଣି ଆଉ ଫିଙ୍ଗିବେ ନାହିଁ କମଳା ଚୋପା ; ଏସବୁ କାମ ପାଇଁ କରିପାରିବେ ବ୍ୟବହାର

କମଳା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ଏହା ଭିଟାମିନ୍‌‌ ସିରେ ଭରପୁର। କମଳା ଖାଇବା ପରେ ସାଧାରଣତଃ ଲୋକେ ଏହାର ଚୋପାକୁ ଫିଙ୍ଗି ଦେଇ ଥାଆନ୍ତି। ମାତ୍ର ଏହାର ଗୁଣ ଜାଣି ଏହାକୁ ଫିଙ୍ଗିବା ବଦଳରେ ଏକାଠି କରିବା ଆରମ୍ଭ କରିବେ। ଏହି କମଳା ଚୋପାକୁ ବ୍ୟବହାର କରି ରୋଷେଇ ଘରର ଅନେକ କାମ କରି ପାରିବେ।
କମଳା ଚୋପାକୁ ବ୍ୟବହାର କରି ବେସିନ୍‌‌ ସଫା କରି ପାରିବେ। ଏହାଦ୍ୱାରା ବେସିନ୍‌‌ରେ ହେଉଥିବା ଚିକ୍‌‌ଟା ଛଡା ଯାଇ ପାରିବ। ବେସିନ୍‌‌ ନୂଆ ଭଳି ଦେଖାଯିବ।

ବେସିନ୍‌‌ ସଫା କରିବା ପାଇଁ ପ୍ରଥମେ ଏକ ପାତ୍ରରେ କିଛି କମଳା ଚୋପା , ବେକିଙ୍ଗ ସୋଢା,ପାଣି ମିଶାଇ ରଖନ୍ତୁ। ଏହାକୁ ଗ୍ୟାସରେ ବସାଇ ଫୁଟାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ବେସିନରେ ପକାଇ ଭଲ ଭାବେ ସଫା କରି ଦିଅନ୍ତୁ।

- Advertisement -

ଏହି ମିଶ୍ରଣକୁ ବ୍ୟବହାର କରି ଷ୍ଟିଲ୍‌‌ ବାସନକୁ ମଧ୍ୟ ସଫା କରି ପାରିବେ।

ଏହାସହ ଲୁହା କଡେଇରେ ଅଧିକ ଦିନ ଧରି ଦାଗ ହୋଇଥିଲେ, ଏହି ମିଶ୍ରଣକୁ ବ୍ୟବହାର କରି ଲୁହା କଡେଇକୁ ମଧ୍ୟ ଚମକାଇ ପାରିବେ। ଏହା ସହ ଭଲ ଭାବେ ସଫା କରିବା ପାଇଁ କମଳା ଚୋପାରେ ଭିନେଗାର ଓ ବେକିଙ୍ଗ ସୋଢା ପକାଇ ଏକ ପାତ୍ରରେ ରଖି ଗ୍ୟାସରେ ଭଲ ଭାବେ ଫୁଟାଇ ଏହାକୁ ବ୍ୟବହାର କରନ୍ତୁ। ଏହି ମିଶ୍ରଣକୁ କଡେଇରେ ପକାଇ ୧୦ ମିନିଟ୍‌‌ ରଖି ଦିଅନ୍ତୁ। କିଛି ସମୟ ପରେ ସଫା କରି ଦିଅନ୍ତୁ। ଏହା ଦ୍ୱାରା କଡେଇ ନୂଆ ଭଳି ଚମକିବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories