www.samajalive.in
Sunday, December 14, 2025
16.1 C
Bhubaneswar

ଏହି ନମ୍ବରରେ କେଜ୍ରିୱାଲଙ୍କୁ ଆଶୀର୍ବାଦ ପଠାନ୍ତୁ-ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି କାରଣରୁ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ବେଶ ସକ୍ରିୟ ରହିଛନ୍ତି। ଶୁକ୍ରବାର ସୁନୀତା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ସୁନୀତା କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଆପ ପାର୍ଟି ଏକ ନୂଆ ଅଭିଯାନ ଆରମ୍ଭ କରୁଛନ୍ତି। ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କ ସହ ଛିଡା ହେବାକୁ ଅନୁରୋଧ କରିଛନ୍ତି ସୁନୀତା। ନୂତନ ଅଭିଯାନ ଆରମ୍ଭ କରିବା ସହ ଏକ ହ୍ୱାଟସଆପ୍‌‌ ନମ୍ବର (୮୨୯୭୩୨୪୬୨୪) ଜରିଆରେ କେଜ୍ରିୱାଲଙ୍କୁ ଅଧିକ ମାତ୍ରାରେ ସପୋର୍ଟ କରିବା ସହ ଯଥାସମ୍ଭବ ଆଶୀର୍ବାଦ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଏହି ହ୍ୱାଟସଆପ୍‌‌ ନମ୍ବରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ, ଶୁଭେଚ୍ଛା ଏବଂ ପ୍ରାର୍ଥନା ପଠାଇ ପାରିବେ ବୋଲି ସୁନୀତା କହିଛନ୍ତି। କେଜ୍ରିୱାଲ ଜଣେ ସ୍ୱାଧୀନତା ସଂଗ୍ରାମୀ ସଦୃଶ୍ୟ। ଦେଶ ପ୍ରେମ ତାଙ୍କ ରକ୍ତରେ ବସିଛି। ଭ୍ରଷ୍ଟାଚାର ବିରୋଧରେ ସେ ଲଢେଇ କରୁଥିବାରୁ ତାଙ୍କ ସ୍ୱରକୁ ଦବାଇବାକୁ ପ୍ରୟାସ କରାଯାଇଛି। ଏହି ବାର୍ତ୍ତା କେଜ୍ରିୱାଲଙ୍କ ପାଖରେ ପହଂଚିବ ବୋଲି ସୁନୀତା ସ୍ପଷ୍ଟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories