ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା ଓ ନିର୍ବାଚନ ସମୟରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ନେଇ ଆମେରିକା ଓ ଜର୍ମାନ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କୁହାଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀକୁ ନେଇ ଆମେରିକାର ବୈଦେଶିକ ବିଭାଗର ମନ୍ତବ୍ୟକୁ ଭାରତ ‘ଅଯଥା’ ବୋଲି କହିଛି ଏବଂ ଆମର ନିର୍ବାଚନ ଓ ଆଇନଗତ ପ୍ରକ୍ରିୟା ଉପରେ ଏଭଳି କୌଣସି ବାହ୍ୟ ଆରୋପ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି କହିଛି।



