www.samajalive.in
Sunday, December 14, 2025
16.1 C
Bhubaneswar

‘ଦି ଫ୍ୟାମିଲି ଷ୍ଟାର’: ମୃଣାଳଙ୍କ ଚାପୁଡ଼ାରେ ବିଜୟ ବେହାଲ, ଆସିଲା ଟ୍ରେଲର​‌

ମୁମ୍ବଇ: ବିଜୟ ଦେବରକୋଣ୍ଡା ଓ ମୃଣାଳ ଠାକୁର ତାଙ୍କ ଚଳଚ୍ଚିତ୍ର ‘ଦି ଫ୍ୟାମିଲି ଷ୍ଟାର’ର ମୁକ୍ତିଲାଭ ଅପେକ୍ଷାରେ ଅଛନ୍ତି। ଦର୍ଶକଙ୍କୁ ଏକ ପାରିବାରିକ ମନୋରଞ୍ଜନ ଭେଟି ଦେବାକୁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପୂର୍ବରୁ ଫିଲ୍ମର ପୋଷ୍ଟର ଓ ଟିଜର ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି କରିଥିବାବେଳେ ଏବେ ଏହି ଉତ୍ସାହକୁ ଚରମ ସୀମାରେ ପହଞ୍ଚାଇବା ପାଇଁ ନିର୍ମାତା ‘ଦି ଫ୍ୟାମିଲି ଷ୍ଟାର’ର ଦମ୍‌ଦାର୍‌ ଟ୍ରେଲର ରିଲିଜ୍‌ କରିଛନ୍ତି।

୨ମିନିଟ୍‌ ୨୬ସେକେଣ୍ଡର ଏହି ଟ୍ରେଲରରେ ବିଭିନ୍ନ ପ୍ରକାରର ଭାବନା ଚିତ୍ରିତ ହୋଇଛି, ଯେଉଁଥିରେ ଏକ ସମ୍ପୂର୍ଣ୍ଣ ପାରିବାରିକ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରର ଝଲକ୍‌ ଦେଖିବାକୁ ମିଳିଛି। ଟ୍ରେଲରରେ ବିଜୟ ଏବଂ ମୃଣାଳଙ୍କ ମଧ୍ୟରେ ମଜାମସ୍ତି ଏବଂ ପ୍ରେମପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳିଛି। ତେବେ ଟ୍ରେଲର ଶେଷରେ ମୃଣାଳ ବିଜୟଙ୍କୁ ଚାପୁଡ଼ା ମାରୁଥିବା ନଜର ଆସିଛନ୍ତି।

- Advertisement -

୨୦୧୮ର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗୀତା ଗୋବିନ୍ଦମ’ ପରେ ବିଜୟ ଦେବରକୋଣ୍ଡା ଓ ନିର୍ଦେଶକ ପରଶୁରାମ ପେଟଲା ‘ଦି ଫ୍ୟାମିଲି ଷ୍ଟାର’ରେ ଦ୍ବିତୀୟ ଥର ପାଇଁ ଏକାଠି କାମ କରୁଛନ୍ତି। ଫିଲ୍ମରେ ବିଜୟ ଓ ମୃଣାଳଙ୍କ ବ୍ୟତୀତ ଜଗପତି ବାବୁ, ଅଚ୍ୟୁତ କୁମାର, ବାସୁକୀ, ରୋହିଣୀ ହଟ୍ଟଙ୍ଗଡ଼ି, ରବି ବାବୁ, ଦିବ୍ୟାଂଶ କୌଶିକ ଓ ଅଜୟ ଘୋଷ ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଦି ଫ୍ୟାମିଲି ଷ୍ଟାର’ ଆସନ୍ତା ଏପ୍ରିଲ ୫ରେ ପ୍ରେକ୍ଷାଳୟରେ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories