www.samajalive.in
Sunday, December 7, 2025
26.1 C
Bhubaneswar

କଲ୍ୟାଣସିଂହପୁରରେ ଆଚରଣବିଧି ଉଲ୍ଲଙ୍ଘନ

କଲ୍ୟାଣସିଂହପୁର: ୨୦୨୪ ସାଧାରଣ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଚଳିତ ମାସ ୧୭ ତାରିଖରୁ ଆଚରଣବିଧି ନିୟମ ଲାଗୁ କରାଯାଇଛି। ଏହାର ବ୍ୟତିକ୍ରମ ରାୟଗଡା ଜିଲା କଲ୍ୟାଣସିଂହପୁର ଠାରେ ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ହୋର୍ଡ଼ିଂ, ବ୍ୟାନର ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟା ଯାଇନଥିବା ଦେଖିବାକୁ ମିଳିଛି। ସରକାରଙ୍କ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥାଇ ହୋର୍ଡ଼ିଂ ଲାଗିଥିବା ଦେଖିବାକୁ ମିଳିଛି। କିଛି ହୋର୍ଡ଼ିଂରେ ନୀଳ ରଙ୍ଗର କପଡ଼ାରେ ବାନ୍ଧି ରଖିଥିବା ବେଳେ ତହସିଲଦାର କାର୍ଯ୍ୟାଳୟ ନିକଟରେ ଥିବା ହୋର୍ଡ଼ିଂକୁ ଧଳା ରଙ୍ଗର କପଡ଼ା ଗୁଡ଼ାଇ ଥିଲେ ମଧ୍ୟ ତାହା ସ୍ୱଷ୍ଟ ଭାବରେ ଦେଖାଯାଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories