www.samajalive.in
Sunday, December 7, 2025
26.1 C
Bhubaneswar

ଢେଙ୍କିକୋଟ -ସୀତାବିଞ୍ଜ ରେଳବାଇ ଷ୍ଟେସନକୁ ରାସ୍ତା ମରାମତି ଦାବି

ପାଟଣା : ଢେଙ୍କିକୋଟ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ସୀତାବିଞ୍ଜ ଷ୍ଟେସନକୁ ଯାଇଥିବା ରାସ୍ତାର କିଛି କିଛି ଅଂଶ ମରାମତି କରାଯାଇଛି । ଏହା ସତ୍ତ୍ବେ ଏହି ରାସ୍ତାର ବହୁ ସ୍ଥାନରେ ଗୋଡି  ଉଠି ଖାଲଖମା ସୃଷ୍ଟି ହୋଇଛି । ତଣ୍ଡିବେଡ଼ା ଗାଁ ନିକଟରେ ଏହି ରାସ୍ତାର କିଛି ଅଂଶ ଆଦୌ ପିଚୁ କରାଯାଇନାହିଁ । ଏହି ଅଂଶ ଘରୋଇ ମାଲିକାନା ରେ ଥିବାରୁ ଏହି ରାସ୍ତା ପିଚୁ ହୋଇ ପାରୁନାହିଁ । କର୍ତ୍ତୁପକ୍ଷ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନକରି ସେହି ମାଟି ରାସ୍ତାକୁ ପକାଇ ରଖିଛନ୍ତି । ଏହି ରାସ୍ତା ଦେଇ ରୁଟିଶିଳା ରୁ ଲକ୍ଷ୍ମୀ ବସ ଚଳାଚଳ କରୁଥିବା ବେଳେ ଦୈନଦିନ ଶହ ଶହ ଲୋକ ବାଇକ, ଅଟୋ ଓ ୪ ଚକିଆ ଯାନରେ ଷ୍ଟେସନ କୁ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଅନ୍ତର୍ଗତ ତଣ୍ଡିବେଡାର ମାଟି ରାସ୍ତାକୁ ଆଉ ଥରେ ପିଚୁ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories