www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ୱଲପୁର ବିଶ୍ଵବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ଦ୍ୱି-ଦିବସୀୟ ରାଷ୍ଟ୍ରୀୟ ଆଲୋଚନାଚକ୍ର ଉଦଯାପିତ

ବୁର୍ଲା : ସମ୍ବଲପୁର ବିଶ୍ଵବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗରେ  “ବ୍ୟବସାୟର ଦାୟିତ୍ଵବୋଧକତା” ଉପରେ ଦ୍ୱି-ଦିବସୀୟ ରାଷ୍ଟ୍ରୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି ।  ପଟ୍ରୋନାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଲରେନ୍ସ  ଆରୋକ୍ରାସାମି, ଭାରତୀୟ ପ୍ରବନ୍ଧନ  ସଂସ୍ଥାନ, ଈନ୍ଦୋରର ପ୍ରଫେସର ସୌମ୍ୟ ରଞ୍ଜନ ଦାଶ ତଥା ଜିଆଇଏମ ଭୁବନେଶ୍ବରର ପ୍ରଫେସର ମୁନମୁନ ମହାନ୍ତି ବିଷୟଜନିତ ବିଭିନ୍ନ ଦିଗରେ ଆଲୋଚନା କରି ଗବେଷକ ଗବେଷିକା ମାନଙ୍କର ମାର୍ଗ ଦର୍ଶନ କରିଥିଲେ। ଦେଶର କୋଣ ଅନୁକୋଣରୁ ଅନେକ ଗବେଷଣାତ୍ମକ ଅନୁସନ୍ଧାନ ପରିବେଶିତ ହୋଇଥିବା ସମୟରେ ପ୍ରଫେସର ଦୁଲୁ ପଟ୍ଟନାୟକ, ଟିଆରଏଲର ଡ ଆର୍ କେ ସିଂହ, ପ୍ରଫେସର ମୁନମୁନ ମହାନ୍ତି,  ହାଲର ଡ ରବି ନାରାୟଣ ପାଢି, ଭିସୁଟର ପ୍ରୋଫେସର ଦେବଦତ୍ତ ମିଶ୍ର, ସୁମନ୍ତ କେର୍କେଟ୍ଟା ଓ ଡ ରୋହିତ କୁମାର ମିଶ୍ର ଆଦି ଅଧ୍ୟକ୍ଷତା କରିଥିଲେ।  ସମ୍ମିଳନୀ ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସଂଯୋଜକ ପ୍ରଫେସର ଦେବେନ୍ଦ୍ର କୁମାର ମହାଲିକ, ସମ୍ପାଦକ ଡାଃ ସରୋଜ କୁମାର ସାହୁ, ବିଭାଗ ମୁଖ୍ୟ ତଥା ୱାର୍ଡେନ୍ ପ୍ରଫେସର ତୁଷାରକାନ୍ତି ଦାସ ସଭା ମଞ୍ଚରେ ଉପସ୍ଥିତ ରହି ଉଦଯାପନୀ ସଭା ଆରମ୍ଭ କରିଥିଲେ। ଡ  ଅନୁରାଧା ସାମଲ ମଞ୍ଚ ପରିଚାଳନା କରିଥିଲେ। ଡକ୍ଟର ସରୋଜ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories