www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି, କହିଲେ ସୀମା ଟପିଲା ଧୈର୍ଯ୍ୟ

ଡେସ୍କ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡିରେ ତାଙ୍କ ମତକୁ ଗ୍ରହଣ କରାଯାଉନଥିବା କାରଣରୁ ସେ ଇସ୍ତଫା ଦେଉଥିବା କହିଛନ୍ତି।

କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି କହିଛନ୍ତି ଯେ ସେ ବିଜେଡିର ପରିଚାଳନାଗତ ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସେ ବିଷୟରେ ଚିନ୍ତା କରିବେ ବୋଲି କହିଥିଲେ କିନ୍ତୁ କିଛି କଲେନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଥର ପାଇଁ କେବେ ଭେଟିଥିଲେ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ସେ କହିଥିଲେ ଯେ ସେଥିପାଇଁ ଡାଏରୀ ଖୋଲିବାକୁ ପଡ଼ିବ। ସେ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ ତେଣୁ ଧୈର୍ଯ୍ୟ ସୀମା ଟପିଲା ପରେ ଆଉ ଦଳରେ ରହିବାକୁ ଇଛା ନାହିଁ।

- Advertisement -

ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ସେ ଦଳରେ ରହିବା ଆବଶ୍ୟକ ମନେ କଲେ ନାହିଁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି ଗତକାଲିର ଘଟଣା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଦଳ କିଭଳି ଦଳ ବିରୋଧରେ ଲଢ଼ୁଛି? ୧୧ ବର୍ଷ ତଳେ ଘଟିଥିବା ଘଟଣାରେ ଗତକାଲି ଚାର୍ଜ ଫ୍ରେମ ହେବା ଘଟଣାକୁ ମଧ୍ୟ ସେ ବେଶ ଗୁରୁତ୍ୱର ସହ ନେଇଥିବା ଜଣାପଡିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories