www.samajalive.in
Saturday, December 13, 2025
21.1 C
Bhubaneswar

ନୂଆଦିଲ୍ଲୀରେ ଶ୍ରେଷ୍ଠ ସମାଜସେବା ପାଇଁ ସମ୍ମାନିତ ହେଲେ ସରପଞ୍ଚ ଚିତ୍ତରଞ୍ଜନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁଏନ୍ସି କ୍ଲବ ଅଫ୍ ଇଣ୍ଡିଆ ଭବନ ପରିସରରେ ବିଶ୍ବ ସଂସ୍କୃତି ଓ ପରିବେଶ ସୁରକ୍ଷା ଆୟୋଗ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯିବା ସହିତ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ତିବତ ପାର୍ଲାମେଣ୍ଟର ଉପବାଚସ୍ପତି ତଥା ବିଶ୍ବ ସଂସ୍କୃତି ଓ ପରିବେଶ ସୁରକ୍ଷା ଆୟୋଗ ଉପାଧ୍ୟକ୍ଷ ଆଚାର୍ୟ୍ୟ ଜେ.ସି ଫୁନସୁକ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ, ବିଶ୍ବ ସଂସ୍କୃତି ଓ ପରିବେଶ ସୁରକ୍ଷା ଆୟୋଗର ପରିଚାଳନା ନିର୍ଦ୍ଦେଶକ ଅଭିମନ୍ୟୁ, ଆୟୋଗର ସୁପର୍ ଏଡିଟର୍ ସାନିପିନା ଜୟଲକ୍ଷ୍ମୀ ରାଓ,ସାଂସଦ ନବକୁମାର ସରାନିଆ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
ସରପଞ୍ଚଙ୍କ ନେତୃତ୍ବରେ ରେଙ୍ଗାଲି ପଞ୍ଚାୟତରେ ଦାରିଦ୍ର୍ୟ ଦୂରିକରଣ ଦିଗରେ ନିଆଯାଇଥିବା ଫଳପ୍ରଦ ପଦକ୍ଷେପକୁ ଆୟୋଗ ପକ୍ଷରୁ ପ୍ରଶଂସା କରାଯିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସଫଳ ରୂପାୟନର ମଧ୍ୟ ପ୍ରଶଂସା କରାଯାଇଥିଲା। ଓଡିଶାରୁ କେବଳ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ଶ୍ରେଷ୍ଠ ସମାଜସେବା ସକାଶେ “ବେଷ୍ଟ ସୋସିଆଲ ସର୍ଭିସ ଆଓ୍ବାର୍ଡ” ପ୍ରଦାନ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ୨୦୨୨୨ ମସିହାରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଚିତ୍ତରଞ୍ଜନ ବାଗ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଆଦର୍ଶ ସରପଞ୍ଚ ଟ୍ରଫି ସହ ୨ ଲକ୍ଷ ଟଙ୍କା ପୁରସ୍କାର ପାଇ ସାରିଛନ୍ତି। ନୂଆଦିଲ୍ଲୀରେ ଦିଆଯାଇଥିବା ଆଓ୍ବାର୍ଡ ସମାଜସେବା ପାଇଁ ମୋତେ ଅଧିକ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ବାଗ କହିଛନ୍ତି। ଚିତ୍ତରଞ୍ଜନଙ୍କୁ ଏହି ଆଓ୍ବାର୍ଡ ମିଳିବା ପରେ ପରିବାର ବର୍ଗରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଶ୍ରୀ ବାଗଙ୍କ ନିକଟକୁ ସମର୍ଥକ ଓ ଅନୁଗାମୀ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories